ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ବାସଭବନରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଏବଂ ପୂର୍ବତନ କଂଗ୍ରେସ ବିଧାୟକ (କୋରାପୁଟ)କୃଷ୍ଣ ସଗରିଆଙ୍କ ମଧ୍ୟରେ ଆଲୋଚନା ହୋଇଛି। ୨୦୧୯ ରେ ଦଳବିରୋଧୀ କାର୍ୟ୍ୟ ପାଇଁ କୃଷ୍ଣ ସାଗରିଆ ଙ୍କୁ କଂଗ୍ରେସ ରୁ ବହିଷ୍କାର କରାଯାଇଥିଲା। ସୂଚନା ଥାଉକି କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ପିଡିତାଙ୍କୁ ନ୍ୟାୟ ମିଳିବାରେ ବିଫଳ ହୋଇଥିବା ଦର୍ଶାଇ ନୈତିକତା ଦୃଷ୍ଟିରୁ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ପରେ କିନ୍ତୁ ସେ ଦଳ ବିରୋଧରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ତେଣୁ ତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା । ଏହି ଆଲୋଚନା ପରେ ଯାହା ଆଶା କରାଯାଉଛି ପୁଣିଥରେ କୃଷ୍ଣ ସାଗରିଆ ଘରବାହୁଡ଼ା କରିବେ।