ମୋ ବସରେ ଦିବ୍ୟାଙ୍ଗଙ୍କ ପାଇଁ ଫ୍ରି ଟିକେଟ

0

ଭୁବନେଶ୍ୱର:ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ମୋ ବସରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଫ୍ରି ରହିବ ଟିକେଟ । ଯଦି କୈାଣସି ବ୍ୟକ୍ତି ଦୃଷ୍ଟିହୀନ ଥାଆନ୍ତି ,ତାହେଲେ ସେମାନେ ମୋ ବସରେ ଫ୍ରିରେ ଯାତାୟତ କରିପାରିବେ । ଏବଂ ଯିଏ ତାଙ୍କ ସହିତ ଆସିଥିବେ,ତାଙ୍କ ପାଇଁ ୫୦ ପ୍ରତିଶତ ଛାଡ ରହିଛି । ସେହିପରି ମାନସିକ ବିକୃତ ବ୍ୟକ୍ତଙ୍କ ପାଇଁ ମୋ ବସରେ ଯିବା ଆସିବା ଫ୍ରି ରହିଥିବାବେଳେ ତାଙ୍କୁ ନେଇ ଆସିଥିବା ବ୍ୟକ୍ତିଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି । ଅନ୍ୟପକ୍ଷରେ ଯିଏ ୫୦ରୁ ୧୦୦ ପ୍ରତିଶତ ବିକାଳଙ୍ଗ ସେମାନଙ୍କ ପାଇଁ ଛାଡ । ଏବଂ ତାଙ୍କ ସହିତ ଯିଏ ଆସିଥିବେ, ତାଙ୍କ ୫୦ ପ୍ରତିଶତ ରିହାତି । ଯେଉଁମାନେ ଏଚଆଇଭି ଏବଂ ବଧିର ମୁକ ସେହିମାନେ ମୋ ବସରେ ବିନା ଟିକେଟରେ ଯିବା ଆସିବା କରିପାରିବେ ।