ଧାର ନେଇଥିବା ଟଙ୍କା ଫେରି ନପାରିବାରୁ ଯୁବକଙ୍କୁ ଝାଲି ଦେହରେ ବୁଲାଇଲେ । ଟଙ୍କା ଦରକାର ଥିଲା ବୋଲି ଯୁବକ ଜଣକ ଅନ୍ୟ ଜଣଙ୍କଠୁ ଟଙ୍କା ଧାର ନେଇଥିଲା। ଆଉ ତାକୁ ସୁଝିଦେବ ବୋଲି କହିଲା। କିନ୍ତୁ ଟିକେ ସମସ୍ୟା କାରଣରୁ ଅଳ୍ପ ଅଳ୍ପ କରି ଟଙ୍କା ଦେଲା। ସୂଚନା ଅନୁସାରେ ମୋଟ ୫,୧୦୦ ଟଙ୍କା ଧାର ନେଇଥିବା ଟଙ୍କାରୁ ୨୦୦୦ ଟଙ୍କା ସୁଝି ଆଉ ୩,୧୦୦ ଟଙ୍କା ଥିଲା। କିନ୍ତୁ ଏଇ କଥାରେ ରାଗିଯାଇ ଧାର ଦେଇଥିବା ବ୍ୟକ୍ତି ଜଣକ ଯୁବକଙ୍କୁ ରାସ୍ତାରେ ଖାଲି ଦେହରେ ବୁଲାଇଲା। ଘଟଣାଟି ନୋଏଡ଼ା ଅଞ୍ଚଳର ।
ଏଠାରେ ରହୁଥିବା ଏହି ଯୁବକ ଜଣକ ମାର୍କେଟରେ ରସୁଣ ବିକ୍ରି କରି ନିଜ ପରିବାର ଚଳାଏ। ହଠାତ ତାର ଟଙ୍କା ଦରକାର ପଡ଼ିଲା। ଆର୍ଥିକ ସମସ୍ୟା କାରଣରୁ ପାଖରେ ଏତେ ଟଙ୍କା ବି ନଥିଲା। ତେଣୁ ସେ ମଣ୍ଡି ବା ମାର୍କେଟରେ ଥିବା ଅନ୍ୟ ଜଣେ ଲୋକଠୁ ଟଙ୍କା ଧାର ଆଣିଥିଲା। ତାକୁ ଅଳ୍ପ ଅଳ୍ପ କରି ସୁଝିଦେବ ବୋଲି କହିଲା। ଠିକ ରେ ସୁଝି ନପାରିବାରୁ ସେହି ବ୍ୟକ୍ତି ଜଣକ ଅମାନୁଷିକ ଭାବରେ ଯୁବକଙ୍କ ଦେହରୁ ପିନ୍ଧିଥିବା ସାର୍ଟ ପ୍ୟାଣ୍ଟ ବାହାର କରି ତାକୁ ଖାଲି ଦେହରେ ମାର୍କେଟରେ ବୁଲାଇଲା। ଯାହାର ଭିଡ଼ିଓ କ୍ଲିପ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।ଏହି ଘଟଣାଟି ସମାଜ ପାଇଁ ନିନ୍ଦନୀୟ ।