ଗୁହାଳରେ ନିଆଁ ଲାଗି ଜଳିଗଲେ ଛେଳି । ଗତକାଲି ବିଳମ୍ବିତ ରାତିରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାମପୁର ଥାନା ଅନ୍ତର୍ଗତ କାଈସକନ୍ଦା ଗାଁରେ । ସେହି ଗାଁର କିରଟି କଅର ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରେ ଆକସ୍ମିକ ଭାବେ ନିଆଁ ଲାଗିଥିଲା । ଯାହାଦ୍ବାରା ସେହି ଗୁହାଳ ଭିତରେ ବନ୍ଧା ହୋଇଥିବା 4ଟି ଛେଳି ସମ୍ପୂଣ ଭାବରେ ପୋଡି ପାଉଁଶ ହୋଇଯାଇଥିଲେ । ଏବଂ ଆଉ ବାକି ଥିବା କିଛି ଛେଳି ଅଧା ପୋଡି ହୋଇ ଯାଇଛନ୍ତି । ତେଣୁ କିରଟି ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ସରକାର ତାଙ୍କୁ ତୁରନ୍ତ କ୍ଷତିପୁରଣ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।