ନ୍ୟୁଜିଲ୍ୟାଣ୍ଡ ଆଗରେ ୩୨୫ ରନର ବିଜୟ ଲକ୍ଷ୍ୟ

0

(ରିପୋର୍ଟସ ଟୁଡ଼େ/ ନ୍ୟୁଜିଲାଣ୍ଡ):ମାଉଣ୍ଟ ମେଙ୍ଗନୁଇର ବେ ଓଭାଲ ଠାରେ ଖେଳାଯାଇଥିବା ଭାରତ ଓ ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ଦିନିକିଆରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ୍ ହରାଇ ୩୨୪ ରନ କରିଛି। ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।ଯାହାକୁ ସେ ସଠିକ ଭାବେ ତୁଲାଇଛନ୍ତି । ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୨୫ରନ୍ର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି। ଭାରତର ଦୁଇ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଶିଖର ଧାଓ୍ଵନ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶିଖର ଧାଓ୍ଵନ ୬୭ଟି ବଲ ଖେଳି ୯ଟି ଚୌକା ସହାୟତାରେ ୬୬ରନ୍ ଓ ରୋହିତ ଶର୍ମା ୮୭ରନ୍ରେ ଆଉଟ ହୋଇ ପାଭିଲିୟନକୁ ଫେରିବା ପରେ ଭାରତର ରନ ସଂଗ୍ରହର ଗତି ଆଶନୁରୂପ ହୋଇ ନ ଥିଲା।। ବିରାଟ କୋହଲି (୪ରନ) ଓ ଅମ୍ବାତି ରାଇଡ(୪୭ରନ) ପରେ ଶେଷ ଓଭରରେ ମହେନ୍ଦ୍ର ସିଂହ ଧୋନୀ ଓ କେଦାର ଯାଦବଙ୍କ ବ୍ୟାଟିଂ ଯୋଗୁଁ ଭାରତର ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ ହରାଇ ୩୨୪ ରନ୍ ସଂଗ୍ରହ କରିଛି।