ନୂଆଦିଲ୍ଲୀ : ସଫଳତା ଆଡକୁ ବଢୁଛି ସୂର୍ଯ୍ୟ ମିଶନ । କକ୍ଷ ପରିବର୍ତନ କରିଛି ଆଦିତ୍ୟ-ଏଲ୍-୧ । ଭାରତର ପ୍ରଥମ ସୂର୍ଯ୍ୟଯାନ ଆଜି ଦ୍ୱିତୀୟ ଥର ପାଇଁ କକ୍ଷ ପରିବର୍ତନ କରିଛି । ବିଳମ୍ବିତ ରାତି ୨ଟା ୪୫ ମିନିଟରେ ଦ୍ୱିତୀୟ ଥର କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ-ଏଲ୍-୧ । ଟୁଇଟ୍ କରି ଇସ୍ରୋ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏବେ ଆଦିତ୍ୟ ଏଲ-୧ ୨୨୮ କିଲୋମିଟ ବାଇ ୪୦ ହଜାର ୨୨୫ କିଲୋମିଟର କକ୍ଷପଥରେ ପହଞ୍ଚିଛି । ଏବଂ ବର୍ତ୍ତମାନ ନିଜ କକ୍ଷ ପଥରେ ଆଦିତ୍ୟ-ଏଲ୍-୧ ସମ୍ପୂର୍ଣ୍ଣ ସଫଳ ହେଉଛି । କମାଣ୍ଡ ଅନୁସାରେ କାର୍ଯ୍ୟ କରୁଛି ସୂର୍ଯ୍ୟଯାନ । ବେଙ୍ଗାଳୁରୁ ସ୍ଥିତ ଆଇଏସଟିଆରଏସିରୁ ଆଦିତ୍ୟ-ଏଲ୍-୧ ସୁପରିଚାଳିତ ହେଉଛି ।
ପୃଥିବୀର କକ୍ଷପଥରେ ଆସନ୍ତା ୧୮ ତାରିଖ ଯାଏଁ ଘୂରିବ ଆଦିତ୍ୟ-ଏଲ୍-୧ । ଏହି ସମୟ ମଧ୍ୟରେ ୫ଟି କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା ରହିଛି । ପରେ ନିଜର ଯାତ୍ରା ଲାଗି ଏହା ସମ୍ପୂର୍ଣ୍ଣ ଗତିକ୍ଷମତା ଲାଭ କରିବ । ତେବେ ଆସନ୍ତା ୧୦ ତାରିଖରେ ଆଦିତ୍ୟ-ଏଲ୍-୧ ପୁଣି ତାର ପରବର୍ତ୍ତୀ କକ୍ଷପଥ ପରିବର୍ତନ କରିବ । ତେବେ ଗତ ରବିବାର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଥିଲା ସୂର୍ୟ୍ୟଯାନ। ଆଦିତ୍ୟ ଏଲ-ୱାନକୁ ଗତ ଶନିବାର ଶ୍ରୀହରିକୋଟାର ସତୀଶ ଧୱନ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ୬୩ ମିନିଟର ପ୍ରକ୍ରିୟା ପରେ କକ୍ଷପଥରେ ସ୍ଥାପିତ ହୋଇଥିଲା ଆଦିତ୍ୟ ଯାନ । ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବାକୁ ମୋଟ ୧୨୫ ଦିନ ସମୟ ନେବ ଆଦିତ୍ୟ । ଏହାପରେ ସେଠାରେ ରହି ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ ।