ଭୁବନେଶ୍ୱର: ସିନେ ଲଭରମାନଙ୍କ ପାଇଁ ଆସିଲା ଖୁସି ଖବର । ରାଜଧାନୀ ଭୁବନେଶ୍ୱରରେ ଖୋଲିବାକୁ ଯାଉଛି ଆଇନକ୍ସ ସିନେମା ହଲ । ଆଜିଠାରୁ ବିଏମସି ଭବାନୀ ମଲରେ ଥିବା ଆଇନକ୍ସ ମଲ୍ଟିପ୍ଲେକ୍ସ ଖୋଲିଥିବା ବେଳେ ଆସନ୍ତାକାଲିଠୁ ଡିଏନ ରେଗାଲିଆର ଆଇନକ୍ସ ଖୋଲିିବାକୁ ଯାଉଛି । ଓଡିଶା ସରକାରଙ୍କ କୋରୋନା ଗାଇଡଲାଇନ ମଧ୍ୟରେ ହଲ ଖୋଲୁଥିବା ବେଳେ ମଲ୍ଟିପ୍ଲେକ୍ସ ତରଫରୁ ଦର୍ଶକମାନଙ୍କ ପାଇଁ ବିଶେଷ ସୁବିଧା ଦିଆଯିବ ବୋଲି କୁହାଯାଇଛି । ହଲରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଟୀକାକରଣ କରାଯାଇଛି । ଏଥିସହ ହଲକୁ ଆସୁଥିବା ବୟସ୍କ ଦର୍ଶକମାନଙ୍କର ଟୀକାକରଣର ପ୍ରମାଣପତ୍ର ଦେଖାଯିବ ବୋଲି କହିଛନ୍ତି ହଲର କର୍ତ୍ତୃପକ୍ଷ । ସେପଟେ ହଲ ଭିତରେ ମାସ୍କ, ସାନିଟାଇଜର ଏବଂ ସାମାଜିକ ଦୂରତା ଭଳି କୋରୋନା ଗାଇଡଲାଇନ ରକ୍ଷା କରିବା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଦର୍ଶକମାନେ ଆସିବା ପୂର୍ବରୁ ଏବଂ ଯିବା ପରେ ଗେଟରୁ ଲବି ଏବଂ ଅଡିଟୋରିୟମ ସମସ୍ତ ସ୍ଥାନକୁ ଭଲ ଭାବରେ ସାନିଟାଇଜ କରାଯାଉଛି । ଏହା ବ୍ୟତୀତ ହଲ ପକ୍ଷରୁ ଛୋଟ ଗୃପ ବା ପରିବାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । କେହି ଚାହିିଁଲେ ସେମାନଙ୍କ ଇଚ୍ଛା ମୁତାବକ ଫିଲ୍ମ ସେମାନେ ଦେଖିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ଦର୍ଶକମାନେ ଇ-ଟିକେଟ ଜରିଆରେ ସିନେମା ଦେଖିପାରିବେ ।
କୋରୋନାର ପ୍ରଭାବ କମିଥିବାରୁ ଧିରେ ଧିରେ ଖୋଲୁଛି ସିନେମା ହଲ । ୨୦୨୧-୨୨ରେ ସିନେମା ପ୍ରେମୀଙ୍କ ଉତ୍ସାହକୁ କମ କରିବାକୁ ଦିଆଯିବ ନାହିଁ ବୋଲି ଆଇନକ୍ସ ଲିଜର ଲିମିଟେଡ୍ (ପୂର୍ବ) ଆଞ୍ଚଳିକ ନିର୍ଦେଶକ ଅମିତାଭ ଗୁହା ଡାକୁର୍ତା ଚେଷ୍ଟା ଜାରି ରଖିଛନ୍ତି ।