ଯୁଦ୍ଧ ଭିତରେ ବଡ ସନ୍ଦେଶ ଦେଇଛନ୍ତି ଇରାନ ନେତା ଅୟାତୁଲ୍ଲା ଅଲ୍ଲି ଖାମେନେଇ

0

ଇରାନ ଓ ଇସ୍ରାଏଲ ଯୁଦ୍ଧ ଭିତରେ ଆମେରିକା ହସ୍ତକ୍ଷେପ କରିଛି । ଏହି ସ୍ଥିତିରେ ଇରାନର ବରିଷ୍ଠ ନେତା ୮୬ ବର୍ଷୀୟ ଅୟାତୁଲ୍ଲା ଅଲ୍ଲି ଖାମେନେଇ ସାମ୍ନାସାମ୍ନି ହୋଇ ଆମେରିକା ଏବଂ ଇରାନ ଉଭୟ ଦେଶକୁ ଚେତାବନୀ ଦେଇଛନ୍ତି । ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଖାମନେଇ ଖୋଲାଖୋଲି ଭାବେ କହିଛନ୍ତି, ଆମେରିକାର ସୈନ୍ୟବଳ ଏହି ମାମଲାରେ ହସ୍ତକ୍ଷେପ କରିବାର ଉଦ୍ୟମ କରନ୍ତି ତେବେ ଏହାର ପରିଣାମ ବହୁତ ଭୟଙ୍କର ହେବ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦ୍ୱାରା କୁହାଯାଇଥିବା ‘ବିନା ସର୍ତ୍ତରେ ଆତ୍ମସମର୍ପଣ’ କୁ ନେଇ ମଧ୍ୟ ଖାମେନେଇ ସିଧା ଉତ୍ତର ଦେଇଛନ୍ତି । ପୂର୍ବରୁ ଟ୍ରମ୍ପ୍ ମନ୍ତବ୍ୟ ରଖିଥିଲେ ଯେ ‘ଆମେରିକା ଜାଣିଛି ଖାମେନେଇ କେଉଁଠି ଲୁଚିଛନ୍ତି କିନ୍ତୁ ତାଙ୍କୁ ମାରିବାର କୌଣସି ଯୋଜନା ନାହିଁ । ଏହାର ପ୍ରତିକ୍ରିୟା ଦେଇ ଖାମେନେଇ କହିଛନ୍ତି ‘ଯେଉଁ ଲୋକ ଇରାନର ଇତିହାସ ଜାଣିଛନ୍ତି, ସେମାନେ ଧମକର ଭାଷା କୁହନ୍ତି ନାହିଁ ।’ ଖାମେନେଇ ଇରାନ ଜନତାଙ୍କ ପ୍ରଶଂସା କରି କହିଛନ୍ତି ଯେ ‘ଇସ୍ରାଏଲ ଆକ୍ରମଣ ପରେ ଇରାନବାସୀ ଯେଉଁ ସାହାସ ଦେଖାଇଛନ୍ତି ତାହା ରାଷ୍ଟ୍ରୀୟ ଶକ୍ତିର ପ୍ରତୀକ । ଯୋଜନାବଦ୍ଧ ଯୁଦ୍ଧ ଘୋଷଣା କରିଥିବା ରାଷ୍ଟ୍ର ଆଗରେ ଇରାନ ମୁଣ୍ଡ ତଳକୁ କରିବ ନାହିଁ ଏବଂ ଯୋଜନାବଦ୍ଧ ଶାନ୍ତି ବୁଝାମଣାକୁ ମଧ୍ୟ ସ୍ୱୀକାର କରିବ ନାହିଁ ।