କେଶରୀ ମଲରେ ନିଆଁ

ପ୍ରଥମ ଓ ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ

0

ଭୁବନେଶ୍ୱର: ଭୁବନେଶ୍ୱରର କେଶରୀ ମଲରେ ଅଗ୍ନିକାଣ୍ଡ ଘଟିଛି । ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ଜଣାପଡିଥିଲା । ନିଆଁ ଲାଗିବା ଫଳରେ ମଲର ଅନ୍ୟ ଦୋକାନୀମାନେ ଭୟଭୀତ ହୋଇ ନିଜ ନିଜ ଦୋକାନ ଗୁଡିକୁ ବନ୍ଦ କରିଦେଇଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ଜଣାପଡିଛି । ତେବେ ମଲ ପରିସରଟି ଧୂଆଁମୟ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଥିଲା । ବିଏମସି ମେୟର ସୁଲୋଚନା ଦାସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ । ସମ୍ପୃକ୍ତ ଘଟଣାର ତଦନ୍ତ ହେବା ନେଇ ମଧ୍ୟ ମେୟର ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି । ତେବେ ମହଲଟି ସୁରକ୍ଷିତ ଥିବା ଜଣାପଡିଛି ।