ବିଷମ କଟକ(ରବିନ୍ଦ୍ର କୁମାର ସାହୁ) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ସଦରରେ ରହିଥିବା ରାଜରାଜୁଡା ଅମଳର ଐତିହାସିକ ନେଳିଆବନ୍ଧର ପୁନଃଉର୍ଦ୍ଦାର ହେଲେ ଏହା ଓଡ଼ିଶାର ସୌନ୍ଦର୍ଯ୍ୟ ପାଇଁ ପ୍ରଥମ ସ୍ଥାନ ହାସଲ କରିବ। ୨୦ ଏକର ବିଶିଷ୍ଟ ନେଳିଆବନ୍ଧର ବିଷମ କଟକ ସହରର ମଧ୍ୟସ୍ଥଳୀରେ ଅବସ୍ଥିତ ରହିଛି। ଏହାର ସୌନ୍ଦର୍ୟ୍ଯ କରଣ ବିଷମ କଟକ ପାଇଁ ବଡ଼ ସ୍ୱପ୍ନ ରହିଥିଲା। ଯାହାକି ରାଜ୍ୟସରକାର ପୂରଣ କରିଛନ୍ତି। ସହାୟତା ଯୋଜନାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨କୋଟି ୯୮ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଗତ ଜୁଲାଇ ମାସ ୮ତାରିଖ ଦିନ ୫ଟି ସଚିବ ଭି.କେ ପାଣ୍ଡିୟାନ ବିଷମ କଟକ ବ୍ଳକ ଗସ୍ତରେ ଆସିଥିବା ସମୟରେ ବିଷମ କଟକ ନେଳିଆ ବନ୍ଦର ପାରିପାଶ୍ୱ ବୁଲି ଦେଖିଥିଲେ । ଏହି ନେଳିଆ ବନ୍ଦ ସୌନ୍ଧଯ୍ୟ କରଣର ଆବଶ୍ୟକତା ରହିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ଶେଷରେ ଆଜି ଉକ୍ତ ନେଳିଆ ବନ୍ଦର ସୌନ୍ଦର୍ଯ୍ୟ କାରଣ ପ୍ରକଳ୍ପର ପୁନଃଉର୍ଦ୍ଧାର ନିମନ୍ତେ ୨କୋଟି ୯୮ଲକ୍ଷ ରାଶି ଘୋଷଣା ହୋଇଛି । ୨୦ ଏକର ନେଳିଆବନ୍ଧର ସୌନ୍ଦର୍ଯ୍ୟ କରଣର ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଥିବାରୁ ସ୍ଥାନୀୟ ବିଧାୟକ ଏବଂ ଓଡିଶା ସରକାରଙ୍କ ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତିପ୍ରସ୍ଥର ଦେଇଛନ୍ତି। ଏହାର କାର୍ଯ୍ୟପୂର୍ତ୍ତ ବିଭାଗକୁ ଦାଇତ୍ୱ ଦିଆ ଯାଇଥିବା ବେଳେ ଏହାର ଟେଣ୍ଡର କର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଯେଉଁ ଠିକାଦାର ଏହି ଟେଣ୍ଡର ପାଇଛନ୍ତି ସେ ନେଳିଆବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଆରମ୍ବ କରିଦେଇଛନ୍ତି। ଯାହା କି ନେଳିଆବନ୍ଧର ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଖୁବ ଶୀଘ୍ର ତ୍ୱରାନ୍ୱିତ ହେବା ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଚାରି ପାର୍ଶ୍ଵରେ ରାସ୍ତା,ଆଲୋକୀ କରଣ, ବୋଟିଂ ବ୍ୟବସ୍ତା ସାଙ୍ଗକୁ ଚିଲଡ୍ରେନ ପାର୍କର ବ୍ୟବସ୍ତା ରହିଛି।
ମନ୍ତ୍ରୀ ସାରକାଙ୍କ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଅନ୍ୟ ସମ୍ମାନିତ ଅତିଥି ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଠା ସୁଧିର କୁମାର ଦାଶ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଜିଲା ଅଧ୍ୟକ୍ଷା ଅନୁସାୟା ମାଝୀ, ବ୍ଳକ ଅଧ୍ୟକ୍ଷା ଯଶୋଦା ହୁଇକା,ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ସରପଞ୍ଚ ନମିତା କୁଲୁସିକା ,ଜିଲ୍ଲା ବିଜେଡି କୋଷଧ୍ୟକ୍ଷ ଗୋପାଳ କୃଷ୍ଣ ପଟ୍ଟନାୟକ,ଯୁବ ବିଜେଡି ଜିଳ୍ଲା ସମ୍ପାଦକ ଡି.ଶିବ ପ୍ରସାଦ,ବିଜେଡି ଜିଳ୍ଲା ସମ୍ପାଦକ ରବିନ୍ଦ୍ର ନାଥ ପଣ୍ଡା, ଜି.ପ୍ରଦୀପ କୁମାର,,ଭରତ ହିକାବାଡି ଙ୍କ ସମେତ ବିଷମ କଟକ ସହର ବାସୀଙ୍କ ତରଫ ରୁ ମାନ୍ୟବର ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ,ପଣ୍ଡିୟାନ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।