ଭୁବନେଶ୍ୱର: ପାକିସ୍ତାନ ଆଇଏସଆଇ ଏଜେଣ୍ଟ ହାତରେ ଓଡ଼ିଶା ସିମ୍ କାର୍ଡ ଘଟଣା । ଏନେଇ ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସଟିଏଫ । ପୂର୍ବରୁ ପଶ୍ଚିମବଙ୍ଗ ଏସଟିଏଫ ଗିରଫ କରିଥିବା ଗୁଡୁ କୁମାରକୁ ଜେରା କରିବାପାଇଁ ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସଟିଏଫର ସ୍ୱତନ୍ତ୍ର ଟିମ୍ । ଅଫିସିଆଲ ସିକ୍ରେଟ ଆକ୍ଟ ଓ ଅପରାଧିକ ଷଡଯନ୍ତ୍ର ମାମଲାରେ ଗୁଡୁ କୁମାରକୁ ଗିରଫ କରିଥିଲା ଏସଟିଏଫ । ଏନେଇ ନିଉ ଜଲପାଇଗୁଡି ଥାନାରେ ମଧ୍ୟ ମାମଲା ହୋଇଛି । ତଦନ୍ତ ସମୟରେ ପଠାଣି ଓ ଗୁଡୁ କୁମାରର ଲିଙ୍କ ଥିବା ଜଣାପଡିଛି ।
ସେପଟେ ଓଡ଼ିଶା ଏସଟିଏଫ ଓଟିପି ସେଆରିଂ ମାମଲାର ମାଷ୍ଟର ମାଇଣ୍ଡ ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ । ଏନେଇ ଖୁବଶୀଘ୍ର କୋର୍ଟରେ ଆବେଦନ କରିବ ପଶ୍ଚିମବଙ୍ଗ ଏସଟିଏଫ ଟିମ୍ । ସେପଟେ ପ୍ରୀତମର ମଧ୍ୟ ଦୁଇ ଦିନିଆ ରିମାଣ୍ଡ ସରିଛି । ରିମାଣ୍ଡ ସମୟରେ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଏସଟିଏଫକୁ ମିଳିଛି । କ୍ରିପ୍ଟୋ କରେନ୍ସିରେ ପାଖାପାଖି ୧କୋଟି ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଏସଟିଏଫ ଜାଣିବାକୁ ପାଇଛି ।