୨୦ ତାରିଖରୁ ମୌସୁମୀ ହଜିଯିବା ସମ୍ଭାବନା
ଦକ୍ଷିଣ ଓଡ଼ିଶାକୁ ବାଦ୍ ଦେଲେ ରାଜ୍ୟର ବାକି ଅଞ୍ଚଳରେ ବଡ଼ ଧରଣର ବର୍ଷା ହୋଇନାହିଁ । ଲଘୁଚାପ ପ୍ରଭାବରେ ବୁଧବାର ଉତ୍ତର ଓଡ଼ିଶା ସମେତ କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି ।
(ଭୁବନେଶ୍ୱର) : ଦକ୍ଷିଣ ଓଡ଼ିଶାକୁ ବାଦ୍ ଦେଲେ ରାଜ୍ୟର ବାକି ଅଞ୍ଚଳରେ ବଡ଼ ଧରଣର ବର୍ଷା ହୋଇନାହିଁ । ଲଘୁଚାପ ପ୍ରଭାବରେ ବୁଧବାର ଉତ୍ତର ଓଡ଼ିଶା ସମେତ କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି । ୨୦ ତାରିଖରୁ ମୌସୁମୀ ଦୁର୍ବଳ ହେବା ସହ ବର୍ଷା ପୁଣି ହଜିଯିବା ସମ୍ଭାବନା ଅଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ସୋନପୁର, ଅନୁଗୁଳ, ନୂଆପଡ଼ା ଓ ବଲାଙ୍ଗିରର ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଲଘୁଚାପ ଦୁର୍ବଳ ଥିବା ଯୋଗୁ ଆଶାନୁଯାୟୀ ବର୍ଷା ହେଲାନି । ଯେତିକି ବର୍ଷା ହେଲା, ସେଥିରେ ନିଅଣ୍ଟିଆ ସ୍ଥିତି ଭରଣା ହେବନି । ଆଉ ୩/୪ ଦିନ ରାଜ୍ୟରେ ଅଳ୍ପ ଅଳ୍ପ ବର୍ଷା ହେବ । ମାତ୍ର ୨୦ରୁ ବର୍ଷା କମିଯିବା ସହ ମୌସୁମୀ ପୁଣି ଗାଏବ ହୋଇଯିବ ।