ORS ଅଧିକାରୀମାନଙ୍କୁ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତ । ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଧାରା ୧୪ ଅନୁଯାୟୀ ରାଜ୍ୟ ସରକାର, ରଥଯାତ୍ରା ସମୟରେ ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ଏହି ଲିଷ୍ଟରେ ବିଭିନ୍ନ ଜିଲ୍ଲାର ୧୪ ଅଫିସରଙ୍କ ନାଁ ରହିଛି । ଯେଉଁ ଅଫିସରମାନଙ୍କୁ ୨୩.୦୬.୨୦୨୫ ଠାରୁ ୦୯.୦୭.୨୦୨୫ ପର୍ୟ୍ୟନ୍ତ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବରେ ଦାଇତ୍ୱ ମିଳିଛି ।