ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢା ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦୁହେଁ ଉଦୟପୁରରେ ପଞ୍ଜାବୀ ରୀତିନୀତରେ ବିବାହ କରିଥିଲେ। ଦମ୍ପତିଙ୍କ ପ୍ରଶଂସକମାନେ ଦୁହିଁଙ୍କ ଫଟୋକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଶେଷରେ, ଏହି କପଲଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି । ଜାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋରେ ଉଭୟ କ୍ରିମ୍ ରଙ୍ଗର ପୋଷାକରେ ନଜର ଆସିଛନ୍ତି । ଏହା ସହ ଉଭୟଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଛି। ଇନଷ୍ଟାଗ୍ରାମରେ ବିବାହ ଫଟୋ ସେୟାର କରିବାବେଳେ ପରି ଲେଖିଛନ୍ତି, “ଜଳଖିଆ ଟେବୁଲରେ ଆମେ ପ୍ରଥମ ଥର କଥା ହେବା ଦିନଠାରୁ ଆମର ହୃଦୟ ଏହା ଜାଣିଥିଲା। ଦୀର୍ଘ ଦିନ ଧରି ଏହି ଦିନକୁ ଆମେ ଅପେକ୍ଷା କରିଥିଲୁ । ଆମେ ମିଷ୍ଟର ଏବଂ ମିସେସ୍ ହୋଇଥିବାରୁ ବହୁତ ଖୁସି । ପରସ୍ପର ବିନା ବଞ୍ଚିବାକୁ ଅସମର୍ଥ, ଆମ ଜୀବନ ଆଜି ଠାରୁ ସବୁଦିନ ପାଇଁ ଆରମ୍ଭ ହୋଇଯାଇଛି। ”
ବିବାହାରେ ପରିଣୀତିଙ୍କ ଭଉଣୀ ଭିଣେଇ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜେନସ ଯୋଗ ଦେଇ ନାହାନ୍ତି । ଦୁଇଜଣଙ୍କ ବିବାହ ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସର ଉଭୟଙ୍କ ବାହାଘର ଧୁମଧାମରେ ହୋଇଛି। ଦୁଇ ପରିବାରର ସଦସ୍ୟ, ବନ୍ଧୁବାନ୍ଧବଙ୍କ ସମେତ ବଲିଉଡ଼ ତାରକା, ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଏହି ବହୁଚର୍ଚ୍ଚିତ ବାହାଘରରେ ଯୋଗ ଦେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଆପ୍ର ରାଜ୍ୟସଭା ସାଂସଦ ସଂଜୟ ସିଂହ, ଟେନିସ ତାରକା ସାନିଆ ମିର୍ଜା, ପୂର୍ବତନ କ୍ରିକେଟର ହରଭଜନ ସିଂହ, ଶିବସେନା ନେତା ଆଦିତ୍ୟ ଠାକରେ, ଅଭିନେତ୍ରୀ ଭାଗ୍ୟଶ୍ରୀ ପ୍ରମୁଖ ପ୍ରମୁଖ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି। ମନିଷ ମାଲହୋତ୍ରାଙ୍କ ଦ୍ବାରା ପ୍ରସ୍ତୁତ ବେଜ ରଙ୍ଗର ଲେହେଙ୍ଗା ପରିଣୀତି ପିନ୍ଧିଥିଲେ। ରାଘବ ଇଣ୍ଡୋ-ୱେଷ୍ଟର୍ଣ୍ଣ ଏଥ୍ନିକ ପୋଷାକ ପିନ୍ଧିଥିଲେ।