ଖାକିର ପାୱ।ର ଦେଖାଇଲେ ପୋଲିସ ବାବୁ

0

(ଜୟନ୍ତ କୁମାର ସେଠୀ/କୋଣାର୍କ): କୋଣାର୍କ ପୋଲିସର ଦବଙ୍ଗଗିରୀ । ସାଧାରଣ ଜନତାଙ୍କ ଉପରେ ଖାକିର ପାଓ୍ଵାର ଦେଖାଇଲେ ପୋଲିସ ବାବୁ । ପାରିବାରିକ ସମସ୍ୟା ସମାଧାନ କରିବାକୁ ଯାଇଥିବା ବ୍ୟକ୍ତିଙ୍କୁ ନିସ୍ତୁକ ମାଡ ମାରିଲେ । ପୋଲିସର ଲାଠି ମାଡରେ ବ୍ୟକ୍ତି ଜଣକ ଅଚେତ ହୋଇ ପଡିଥିବା ବେଳେ ଲାଠି ମାଡରେ ଦେହର ଅନେକ ସ୍ଥାନରେ ମୋଟା ଦାଗ ସହ ଖଣ୍ଡିଆ ହୋଇଯାଇଥିଲା ।
ସୂଚନାନୁସାରେ ଗତକାଲି କୋଣାର୍କ ରାଉଳପାଟଣା ଗ୍ରାମର ପାରିବାରିକ କଳହ ସମାଧାନ କରିବାକୁ ଥାନାରେ ଯାଇ ପହଞ୍ଚିଥିଲେ । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଜ୍ଞାନ ରଞ୍ଜନ ପଣ୍ଡା । ତାଙ୍କର ଭୁଲ୍ ମାତ୍ର ଏତିକି ଥିଲା କି, ସେ ପୋଲିସ ସାମାନାରେ ବଡ ପାଟିରେ କଥା ହୋଇଥିଲେ । ଏଥିପାଇଁ କୋଣାର୍କ ଥାନାର କାର୍ୟ୍ୟରତ ପୋଲିସ ବାବୁ ଦିଲ୍ଲିପ ବେହେରାଙ୍କ ମୁଣ୍ତରେ ପିତ ଚଢି ଯାଇଥିଲା । ଯେଉଁଥି ପାଇଁ ପୋଲିସ୍ ବାବୁ ନିସ୍ତୁକ ମାଡ ମାରିଥିଲେ । ମାଡରେ ଅଚେତ ହୋଇଯିବାରୁ ଜ୍ଞାନକୁ ଚିକିତ୍ସା ପାଇଁ ନିଅ।ଯାଇ ଥିଲା । ତାପରେ ସଂଧ୍ୟା ସମୟରେ ଘରକୁ ଛାଡି ଦିଆଯାଇଥିଲା । ପୋଲିସର ଏପରି ବର୍ବରତାକୁ ଆଧାର କରି ଜ୍ଞାନ ରଜଂନଙ୍କ ପତ୍ନୀ ଶୈଳବାଳା ଉକ୍ତ ପୋଲିସ୍ ବାବୁ ଙ୍କ ନାମରେ ଲିଖିତ ଅଭିଯୋଗ କରି କାର୍ୟ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।