ଓଡିଶା: ନର୍ସ ଅଫିସର ନିଯୁକ୍ତି ରୋକ୍ ହଟିଲା । ପଦବୀ ପୂରଣ ପାଇଁ ଫିଟିଲା ବାଟ । କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଧିଷ୍ଟ ପଦବୀ ସଂରକ୍ଷିତ ରହିବ । ଅନ୍ୟ ପଦବୀ ଗୁଡିକରେ ସରକାର ନିଯୁକ୍ତି ଦେଇ ପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ । ମେ ୧ ତାରିଖରେ ହାଇକୋର୍ଟ ନିଯୁକ୍ତି ଉପରେ ରୋକ୍ ଲଗାଇଥିଲାବେଳେ ବର୍ତ୍ତମାନ ମେ ୧ ତାରିଖର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ ହୋଇଛି । ନିଯୁକ୍ତିର ଅଗ୍ରାଧୀକାର ପାଇଁ ହାଇକୋର୍ଟ ଯାଇଥିଲେ ଫାର୍ମାସିଷ୍ଟ । ଏବଂ କରୋନା ଯୋଦ୍ଧା ହିସାବରେ ଅଗ୍ରାଧୀକାର ଦାବି କରିଥିଲେ । ତେବେ ମୋଟ ୭୪୮୩ଟି ନର୍ସ ପଦବୀ ପୂରଣ କରାଯିବ ।