ଏମଏମଏ ରେ ଯୋଗଦେବେ ମଲ୍ଲ ଯୋଦ୍ଧା ରିତୁ ଫୋଗତ

0

(ରିପୋଟର୍ସ ଟୁଡେ) : ମଲ୍ଲ ଯୋଦ୍ଧା ରିତୁ ଫୋଗତଙ୍କୁ ଟାରଗେଟ୍ ଅଲମ୍ପିକ୍ ପୋଡିୟମ୍ (ଟପ୍)ରୁ ବାହାର କରିଦିଆଯାଇଛି । ରିତୁ କିଛିଦିନ ପୂର୍ବରୁ ମିକ୍ସଡ୍ ମାର୍ଶାଲ ଆର୍ଟ(ଏମଏମଏ) ରେ ପଦାର୍ପଣ କରିଥିଲେ । ଭାରତୀୟ ଖେଳ ପ୍ରାଧିକରଣ ରିତୁଙ୍କୁ ଟପ୍ ରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । କିନ୍ତୁ ସେ ନିଜକୁ ଟୋକିଓ ଅଲମ୍ପିକ୍ ରେ ନିଜର ଅନୁପସ୍ଥିତିକୁ ଯାହିର କରିନାହାନ୍ତି ।
ସେ ସିଙ୍ଗାପୁରରେ ଏମଏମଏ ରେ ପଦାର୍ପଣ କରିବେ । ବୈଠକରେ ୫ଟି ଦଳ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଟୋକିଓ ପୈରାଅଲମ୍ପିକ୍ ଖେଳ ପାଇଁ ଟପ୍ ରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏମାନଙ୍କ ମଧ୍ୟରେ ମନୋଜ ସରକାର ଏବଂ ପ୍ରମୋଦ ଭଗତ(ପୁରୁଷ ଏକକ ଏସଏଲ ୩), ସୁକାନ୍ତ କଦମ, ତରୁଣ ଏବଂ ସୁହାସ(ପୁରୁଷ ଏକକ ଏସ୍ ଏଲ ୪)ରେ ଯୋଗ ଦେବେ । ୬ଜଣ ସନ୍ତରଣ କାରୀଙ୍କୁ ମଧ୍ୟ ୨୦୨୪ ଅଲମ୍ପିକ୍ ପାଇଁ ଡେଭଲପ୍ମେଣ୍ଟ ଗ୍ରୁପରେ କରାଯାଇଛି ।