ଭୁବନେଶ୍ୱର: ପୁଣି ଆକ୍ଟିଭ୍ ହେଲେ ଲୁଟେରା। ଦିନକୁ ଦିନ ଅସୁରକ୍ଷିତ ହେଉଛି ରାଜଧାନୀ । ବିଢ଼ିବାରେ ଲାଗିଛି ଲୁଟେରାଙ୍କ ଉତ୍ପାତ । ବେଫିକର ହୋଇ ବନ୍ଧୁକ ମୁନରେ ଲୁଟୁଛନ୍ତି ର୍ଦୁବୃତ୍ତ । ପୁଣିଥରେ ରାଜଧାନୀରେ ଯୁବତୀ ହେଲେ ଲୁଟ୍ ର ଶିକାର। ଅଫିସ୍ ରୁ ଫେରିବା ବେଳେ ବେକରେ ଛୁରୀ ଲଗେଇ ଲୁଟିନେଲେ ର୍ଦୁବୃତ୍ତ। ଏନେଇ ଯୁବତୀ ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବେକରେ ଛୁରୀ ଲଗାଇ ସୁନା ଚେନ୍ ଲୁଟି ନେଇଯାଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ସହିଦ୍ ନଗର ଥାନା ଅନ୍ତର୍ଗତ ଏକ ଘରୋଇ ସଫ୍ଟୱେର୍ ଟ୍ରେନିଂ କମ୍ପାନୀରେ ଚାକିରି କରିଥିବା ଯୁବତୀ ଅଫିସ୍ ରୁ ଫେରୁଥିବା ସମୟରେ ହେଲେ ଲୁଟ୍ ର ଶିକାର। ଗୋଟାଏ ବାଇକ୍ ରେ ଦୁଇ ଜଣ ଦୁର୍ବୃତ ଆସି ହଟାତ୍ ଯୁବତୀଙ୍କ ବେକରେ ଛୁରୀ ଲଗେଇ ନେଇଗଲେ ସୁନା ଚେନ୍ ।