ଭଦ୍ରକ: ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନଏସି ଶ୍ୟାମପୁର ଗାଁରେ ଏକ ଅଘଟଣ ଘଟିଯାଇଛି। ଶୌଚ ହେବାକୁ ଯାଇ ଦୁଇ ସାଙ୍ଗ ପୋଖରୀରେ ଖସିପଡ଼ିଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିର ୫ନମ୍ବର ୱାର୍ଡର ଶ୍ୟାମପୁର ମୌଜାରେ ଆଜି ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକମାନେ ହେଲେ କମଳା ମଲ୍ଲିକ ଓ ମୁକେଶ ଗିରି। ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ କାଦୁଆରେ ଗୋଡ ତଳକୁ ଖସି ଯିବାରୁ ଦୁଇ ସାଙ୍ଗ ପୋଖରୀ ଭିତରକୁ ପଡି ଯାଇଥିଲେ। ପୋଖରୀ ପାଣିରେ ବୁଡ଼ି ଯାଇ ଆଉ ବାହାରି ପରି ନଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲା ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପୋଖରୀରୁ ଦୁହିଁଙ୍କୁ ଖୋଜି ବାହାର କରାଯାଇଥିଲା। ପରେ ଦୁହିଁଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏଇ ଘଟଣାକୁ ନେଇ ଧାମନଗର ଶୋକ ପ୍ରକାଶ ପାଇଛି।