କେରଳରେ ନିପା ଭାଇରସ ପାଇଁ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ

0

ବ୍ୟୁରୋ: କେରଳରେ ବଢିବାରେ ଲାଗିଛି ନିପା ଭାଇରସ । ଏନେଇ ଚିନ୍ତାରେ ସାଧାରଣ ଲୋକ । ଏହାରି ଭିତରେ କେରଳରେ ଦେଖା ଦେଇଛି ୬ ମାମଲା ଏହା ସହିତ ଦୁଇ ଜଣ ରୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇ ଥିବା କୁହାଯାଇଛି । ଏନେଇ କେରଳ ସରକାରଙ୍କ ପକ୍ଷରୁ କେରଳରେ ସତର୍କତା ବୃଦ୍ଧି କରାଯାଇଛି । ଏହି ଭାଇରସ ପାଇଁ କୋଝିକୋଡ ଜିଲ୍ଲା ପ୍ରଶସନ ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରକୁ ୨୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।
ଏଯାବତ ଚିହ୍ନଟ ହୋଇଥିବା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୯୫୦ ଜଣଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୨୧୩ ଜଣ ବିପଦପୂର୍ଣ୍ଣ ବର୍ଗରେ ଅଛି । ୨୮୭ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଯୋଗାଯୋଗ ତାଲିକାରେ ଅଛନ୍ତି । କେରଳରେ ନିପା ଭାଇରସ ବ୍ୟାପୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛି । ଏକ କେନ୍ଦ୍ରୀୟ ଟିମ୍ ଆସି ପ୍ରଭାବିତ ଜିଲ୍ଲା ବୁଲି ସମୀକ୍ଷା କରୁଛି । ଯାହା ଜିଲ୍ଲା ସ୍ତରରେ ଏହି ସଂକ୍ରମଣର ମୁକାବିଲା କରିବାରେ ସହାୟକ ହେବ ।