ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

0

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା ଜନିତ ଅସୁସ୍ଥତା କାରଣରୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କୁ ହସ୍ପିଟାଲ ଅବଜରଭେସନରେ ରଖାଯାଇଥିବା ଜଣାପଡିଛି । ଏନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରେଜୱାଲା ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି । କଂଗ୍ରେସର ସମସ୍ତ ନେତା ଓ ନେତ୍ରୀମାନେ ଶ୍ରୀମତୀ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କରିବାକୁ ଶ୍ରୀ ସୁରେଜୱାଲା ନିବେଦନ କରିଛନ୍ତି । ତେବେ ସେ ନିଜ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ ହସ୍ପିଟାଲକୁ ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ପୁଅ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ଗତ ୨୦୨୦ ଫେବୃଆରୀରେ ଶ୍ୱାସରୋଗ ଓ ଛାତିରେ ସଂକ୍ରମିତ କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରୁଟିନ୍ ଚେକ୍ ଅପ୍ ଲାଗି ଶ୍ରୀମତୀ ଗାନ୍ଧୀ ହସ୍ପିଟାଲ ଯାଇଥିବାବେଳେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ନେସନାଲ ହେରାଲ୍ଡ ମାମଲାରେ ଇଡି ପକ୍ଷରୁ ପ୍ରଥମେ ଜୁନ୍ ୮ ତାରିଖରେ ହାଜର ହେବା ଲାଗି ସମନ କରାଯାଇଥିଲା । ଅସୁସ୍ଥତା କାରଣରୁ ଶ୍ରୀମତୀ ଗାନ୍ଧୀ ହାଜର ହୋଇନଥିଲେ । ତେବେ ଜୁନ୍ ୨୩ରେ ହାଜର ହେବା ଲାଗି ପୁଣି ଥରେ ସମନ କରାଯାଇଥିଲା ।