ସକାଳେ ନିଅନ୍ତୁ ସନ ବାଥ

0

(ରିପୋର୍ଟସଟୁଡେ) ସନବାଥ ମାନେ ସକଳେ ସୂର୍ଯ୍ୟ କିରଣ ରେ କିଛି ସମୟ ବସିବା । ଶୀତଦିନେ ସକାଳେ ୫ ମିନିଟ୍‌ ପାଇଁ ଯେଉଁମାନେ ଖରାରେ ବସନ୍ତି ସେମାନେ ଦୀର୍ଘ ଦିନ ପର୍ୟ୍ୟନ୍ତ ସୁସ୍ଥ ରହିଥାଆନ୍ତି ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି।
ତାହାଲେ ଆସନ୍ତୁ ଜାଣିବା ସନ ବାଥ କଲେ କଣ ଲାଭ ମିଳେ
 ପ୍ରତିଦିନ ସକାଳେ ଖରାରେ ଅତିକମ୍‌ରେ ୫ ମିନିଟ୍‌ ପାଇଁ ବସିଲେ ଶରୀର ଫୁର୍ତ୍ତି ହୋଇଥାଏ। ସବୁ କାମ କରିବାକୁ ଆଗ୍ରହ ପ୍ରକାଶ ପାଇଥାଏ।
 ଖରାରେ ବସୁଥିବା ବ୍ୟକ୍ତିଙ୍କ ଶରୀରରୁ ସହଜରେ ଅଦରକାରୀ କୋଲେଷ୍ଟ୍ରଲ ବାହାରି ଯାଇଥାଏ। ଫଳରେ ହୃଦରୋଗ ହେବାର ଆଶଙ୍କା ମଧ୍ୟ କମି ଯାଇଥାଏ।
 ଶୀତଦିନେ ସକାଳେ ଖରାରେ ବସିଲେ ବ୍ରଣ ସମସ୍ୟା ଓ ସ୍କିନ୍‌ ଇନଫେକ୍ସନ୍‌ ହୋଇ ନ ଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
 ମେଟାବୋଲିଜିମ୍‌ ନାମକ ହରମୋନ ତିଆରି ହୋଇଥାଏ ଯାହା ରାତିରେ ନିଦ ହେଉ ନ ଥିଲେ ନିଦ୍ରାହୀନତା ସମସ୍ୟାକୁ ଠିକ୍‌ କରିଦେଇଥାଏ।