ତିନି ଗୋଟି ବୃହତ୍ତ ଜଳାଶୟକୁ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ  ଧନ୍ୟବାଦ 

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାର ତିନି ଗୋଟି ବୃହତ୍ତ ଜଳାଶୟକୁ ଅର୍ଥ ମଞ୍ଜୁର ଓ ଧନ୍ୟବାଦ ସଭା

0

ଗଜପତି ( ବିବେକାନନ୍ଦ ବେହେରା): ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ କୃଷ୍ଣ ସାଗର ଡେମ ନିକଟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିର ଏକ ଧନ୍ୟବାଦ ସଭା ଆୟୋଜନ କରାଯାଇଥିଲା । ପ୍ରକାଶ ଥାଉକି  ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଗଜପତି ଜିଲ୍ଲାକୁ ଅଭିଯୋଗ ଶୁଣାଣି ନିମିତ୍ତ ଗତ ତା ୦୯.୦୫.୨୦୨୩ ଓ ତା.୧୦.୦୫.୨୦୨୩ ରିଖ ଦୁଇ ଦିନ ଧରି ଗସ୍ତରେ ଆସିଥିଲେ । ଏହି ସମୟରେ  ସ୍ଥାନୀୟ ଜନସାଧାରଣ ଗଜପତି ଜିଲ୍ଲାର ମୁଖ୍ୟ ତିନୋଟି  ଯଥା କୃଷ୍ଣ ସାଗର, ରାମ ସାଗର ଓ ଗଜପତି ସାଗରର ପୁନଃ ଉଦ୍ଧାର ନିମନ୍ତେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଏହି ଅଭିଯୋଗ ଶୁଣାଣିରେ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୃଷ୍ଣ ସାଗର ପାଇଁ ୩କୋଟି ୧୦ ଲକ୍ଷ ଟଙ୍କା, ରାମ ସାଗର ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଓ ଗଜପତି ସାଗର ପାଇଁ ୧ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଥିବାର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ପି.ଜଗନ୍ନାଥ ସୂଚନା ପ୍ରଦାନ କରିଛନ୍ତି ।

ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ନିମିତ୍ତ ସ୍ଥାନୀୟ ଲୋକପ୍ରତିନିଧି ଓ ଜନସାଧାରଣଙ୍କ ଦ୍ଵାରା ଏକ ସ୍ବତନ୍ତ୍ର ଧନ୍ୟବାଦ ସଭା ଆୟୋଜନ କରାଯାଇଥିଲା । ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଯୋଗଦେଇଥିଲେ । ନିମନ୍ତ୍ରିତ ଅଥିତି ମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଏସ.ଲିଙ୍ଗରାଜୁ, ଗୋଷାଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ୍. ବୀରାରାଜୁ, ଜିଲ୍ଲାପରିଷଦ ସଭ୍ୟ ବାଲା ରାଜୁ, ସ୍ଥାନୀୟ ସରପଞ୍ଚ କଳ୍ପନା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ ଓ ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ୱାଇ.ରାମଚନ୍ଦ୍ର ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼. ଗୁଣନିଧି ନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ଅଭିଯୋଗର ସମଧାନ ନିମିତ୍ତ ଜିଲ୍ଲା ପ୍ରଶାସନ ତରଫରୁ ମାନନୀୟ ଜିଲ୍ଲାପାଳ ଅଭିଯୋଗ କାରୀଙ୍କୁ ତିନୋଟି ସାଗରର ଉନ୍ନତି ନିମିତ୍ତ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ । ଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।