(ଉଦଳା /ଦୀପକ ମିଶ୍ର) : ଉଦଳା ଡାକ୍ତରଖାନାରେ କାର୍ଯ୍ୟରତ ଝାଡୁଦାର କର୍ମଚାରୀ ଏବେ ଧାରଣାରେ । ବାରମ୍ବାର ଅଭିଯୋଗ ସ୍ଵତ୍ତ୍ୱେ ମେଡିକାଲ କର୍ତୃପକ୍ଷ କର୍ଣ୍ଣପାତ ନକରିବାରୁ ଶେଷରେ ତିନି ଦଫା ଦାବି ନେଇ ଧାରଣାରେ ବସିଛନ୍ତି ଝାଡୁଦାର । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଡାକ୍ତରଖାନାରେ । ତେବେ ଝାଡୁଦାରମାନଙ୍କୁ ଠିକ୍ ସମୟରେ ଦରମା ନ ମିଳିବା, ଇପିଏଫ୍ ଟଙ୍କା ନିଜ ଖାତାରେ ଜମା ନହେବା ସହିତ ତିନି ମାସର ବକେୟା ଦରମା ପ୍ରଦାନ ନ କରିବା ଭଳି ଦାବି ସମୁହକୁ ନେଇ ଏହି ଧାରଣା ଦେଇଛନ୍ତି ଝାଡୁଦାର । ଝାଡୁଦାରମାନେ ଧାରଣା ଦେବା ଫଳରେ ଡାକ୍ତରଖାନାରେ ପରିମଳ ବ୍ୟବସ୍ଥାକୁୁ ନେଇ ସମସ୍ୟା ସୃଷ୍ଟି ହୋଇଛି । ସେପଟେ ଏହି ଦାବି ସମୁହ ଯଥାଶୀଘ୍ର ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ରୂପ ନେବ ବୋଲି କହିଛନ୍ତି ଧାରଣାରତ ଝାଡୁଦାର ।