ରାଇରଙ୍ଗପୁର (ସତ୍ୟନାରାୟଣ ପାଲ) : ତିରିଂ ପଞ୍ଚାୟତସମିତି ଅଧିନରେ ଥିବା ଗ୍ରାମପଞ୍ଚାୟତ ସ୍ତରରେ ଗ୍ରାମସଭା ହୋଇ ପ୍ରକଳ୍ପଗୁଡିକ ପଞ୍ଚାୟତ ସମିତିରେ ପାରିତ ହୋଇଥିଲା । ସରକାରଙ୍କ ଗାଇଡ ଲାଇନ ଏବଂ ଚିଠି ଅନୁସାରେ ପଞ୍ଚାୟତ ସମିତି ୬୦ ପ୍ରତିଶତ ଏବଂ ବିଧାୟକ ୪୦ପ୍ରତିଶତ ହିସାବରେ ପ୍ରକଳ୍ପ ଗୁଡ଼ିକ ଭାଗବଣ୍ଟା ହେବା କଥା । କିନ୍ତୁ ବିଧାୟକ ପଞ୍ଚାୟତ ସମିତିକୁ କିଛି ନ ଜଣାଇ ସମସ୍ତ ପ୍ରକଳ୍ପ ଗୁଡିକୁ ଅନୁମୋଦନ କରିଛନ୍ତି । ଏହାର ପ୍ରତିବାଦ ସ୍ବରୂପ ତିରିଂ ପଞ୍ଚାୟତ ସମିତିର ସଭ୍ୟ, ସଭ୍ୟା, ଏବଂ ସରପଞ୍ଚ ସମିତି ସଭ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହାର ପ୍ରତିବାଦ ସ୍ବରୂପ ଗତ ଜୁନ୍ ୧୦ ତାରିଖରେ ଦିନ ବ୍ଳକରେ ହୋଇଥିବା’ ବିକାଶ ବାହନ ରଥ’ କାର୍ୟ୍ୟକ୍ରମକୁ ବିରୋଧ କରିଥିଲେ । ଏହାକୁ ନେଇ ପଞ୍ଚାୟତ ସମିତିର ଅଧ୍ୟକ୍ଷ ସମେତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ବୃନ୍ଦ ତିରିଂରେ ବିଡ଼ିଓ ଏବଂ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଉପ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ ଯେ, ‘ ବିକଶିତ ଗାଁ ବିକଶିତ ଓଡିଶା’ ” 5th SFC” ପ୍ରକଳ୍ପ ବିଷୟରେ ଉପୁଜିଥିବା ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା । ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ, ସଭ୍ୟା ମାନଙ୍କ ଅଧିକାର ଦିଆଯାଉ । ନଚେତ ଆସନ୍ତା ୧୬ ତାରିଖରୁ ବ୍ଳକ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ଶାନ୍ତିପୂର୍ଣ୍ଣ ଧର୍ମଘଟରେ ବସିବା ପାଇଁ ବାଧ୍ୟ ହେଵେ । ପଞ୍ଚାୟତ ସମିତି ଅଧ୍ୟକ୍ଷ ପରମେଶ୍ୱର ସାମାଡ ଙ୍କ ନେତୃତ୍ଵରେ ଉପାଧ୍ୟକ୍ଷା ପୂର୍ଣ୍ଣିମା ଵାର୍ଦା, ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା, ରେଙ୍ଗେଲବେଡା ସମିତି ସଭ୍ୟା ସୁମି ମାର୍ଣ୍ଡି, ନାରଣପୁର ସମିତି ସଭ୍ୟା ସୌଭ୍ୟାଗିନୀ ସି, ସାନଭୁଣ୍ଡୁ ସରପଞ୍ଚ ହାରାମି ମୁର୍ମୁ, ପଣ୍ଡୁପାଣି ସରପଞ୍ଚ, ଲୁପୁଙ୍ଗ ସମିତି ସଭ୍ୟା ଟୁଙ୍ଗି ଟୁଡୁ, ନାରଣପୁର ସରପଞ୍ଚ ଦେବେଶ ମାଝୀ, ଲୁପୁଙ୍ଗ ସରପଞ୍ଚ, ବଡନାରାଣି ସରପଞ୍ଚ କଳ୍ପନା ମାର୍ଣ୍ଡି, ପଣ୍ଡୁପାଣି ସମିତି ସଭ୍ୟା ଯେନାମଣି ଷୁଣ୍ଢି, କୁଲୁଘୁଟୁ ସମିତି ସଭ୍ୟ ଚାମରୁ ହେମ୍ବ୍ରମ, ଗିତିଲତା ସରପଞ୍ଚ ଭାଦା ସୋରେନ, ରେଙ୍ଗେଲଵେଡା ସରପଞ୍ଚ ପ୍ରମୁଖ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।