ମୁଫତିଙ୍କୁ ବିବାହ କରିବାକୁ ରାଜି ଅଛନ୍ତି ରାକ୍ଷୀ : ମୁହଁଦେଖାରେ ମାଗିଲେ ସବୁଠୁ ଦାମୀ ଉପହାର

0

ବ୍ୟୁରୋ : କଣ୍ଟ୍ରୋଭର୍ସି କ୍ବିନ୍ ରାକ୍ଷୀ ସାୱନ୍ତ ୫୮ ବର୍ଷୀୟ ପାକିସ୍ତାନୀ ମୁଫତିଙ୍କୁ ବିବାହ କରିବାକୁ ରାଜି ଅଛନ୍ତି । କିନ୍ତୁ ମୁହଁଦେଖାରେ ରାକ୍ଷୀ ମାଗିଛନ୍ତି ବଡ ଉପହାର । ଚର୍ଚ୍ଚିତ କଣ୍ଟ୍ରୋଭର୍ସି କ୍ବିନ୍ ରାକ୍ଷୀ ସାୱନ୍ତ ତାଙ୍କୁ ଅବା କିଏ ନ ଜାଣେ ? ବଲିଉଡରୁ ଆରମ୍ଭ କରି ଟେଲିଭିଜନ୍ , ରିୟଲିଟି ସୋ’ରେ ରାକ୍ଷୀଙ୍କ ତେଢା କଥା ପାଇଁ ସେ ସବୁବେଳେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚା ଘେରକୁ ଆସିଛନ୍ତି ରାକ୍ଷୀ । ଗତ କିଛି ଦିନ ଧରି ପାକିସ୍ତାନ ବୋହୂର ଟ୍ୟାଗ୍ ସାଥିରେ ଧରି ବୁଲୁଥିବା ରାକ୍ଷୀଙ୍କୁ ପ୍ରଥମେ ପାକ୍ ଅଭିନେତା ଡୋଡି ଖାନ୍ ବିବାହ କରିବେ ବୋଲି କହିଥିଲେ ।

କିନ୍ତୁ ମଜାକଥାଟି ଯେତେବେଳେ ଗମ୍ଭୀର ମାମଲାର ରୂପ ନେଲା ଡୋଡି ଡାଡିମମ୍ମି ଡ଼ାକି ବିବାହକୁ ଦୂରୁ ଜୁହାର କରି ନା’ର ରାସ୍ତା ଧରି ଚୁପ୍ ହୋଇ ରହିଗଲେ । ତେବେ କିଛି ଦିନ ତଳେ ପାକିସ୍ତାନର ମୁଫତି ଅବଦୁଲ୍ କବି ରାକ୍ଷୀ ସାୱନ୍ତଙ୍କୁ ନିକାହ୍ କରିବାର ଇଚ୍ଛା ପ୍ରକାଶ କରିଥିଲେ । ଆଉ ଏବେ ମୁଫତିଙ୍କ ପ୍ରସ୍ତାବର ଜବାବ୍ ରଖିଛନ୍ତି ରାକ୍ଷୀ । ନିକାହ ପାଇଁ ସେ ରାଜି ତ ଅଛନ୍ତି କିନ୍ତୁ ମୁହଁଦେଖା ପାଇଁ ବହୁତ ବଡ଼ ଗିଫ୍ଟ ମାଗିଛନ୍ତି । କୁହାଯାଇପାରେ ଯେ, ସେ ଏକ ଅମୂଲ୍ୟ ଉପହାର ମାଗିଛନ୍ତି ।


ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାର ସମୟରେ ରାକ୍ଷୀ ମୁଫତି ଅବଦୁଲ୍ କବିଙ୍କ ସହ କଥାବାର୍ତ୍ତା କରି ନିଜ ସର୍ତ୍ତ ଜଣାଇଥିଲେ । ସେ କହିଥିଲେ ଯଦି ସେ ରାକ୍ଷୀଙ୍କୁ ବିବାହ କରିବାକୁ ଚାହାଁନ୍ତି ତେବେ ତାଙ୍କର ୬ ରୁ ୭ କୋଟି ଟଙ୍କାର ଋଣକୁ ତାଙ୍କୁ ସୁଝିବାକୁ ପଡ଼ିବ । ଏହି କଥାରେ ମୁଫତି କହିଥିଲେ ଆଜିଠାରୁ ରାକ୍ଷୀଙ୍କ ଋଣର ଭାର ମୋ କାନ୍ଧରେ । ରାକ୍ଷୀ ସାୱନ୍ତଙ୍କୁ ଯେତେବେଳେ ବିବାହ କରିବେ କି ପ୍ରଶ୍ନ ପଚରାଯାଇଥିଲା ସେ କହିଥିଲେ, ଏମିତି କେମିତି ହଁ କହିଦେବି । ମୁଫତିଙ୍କ ବୟସ କେତେ ମୁଁ ଜାଣିନି । ରାକ୍ଷୀଙ୍କ ଏହି କଥାରେ ମୁଫତି କହିଥିଲେ , ମୋ ବୟସ ୫୮ ବର୍ଷ । ମୁଁ ଥରେ ବିବାହ କରିଛି ଏବଂ ଅଜା ମଧ୍ୟ ହୋଇସାରିଛି । କିନ୍ତୁ ପ୍ରେମରେ ବୟସର ପ୍ରଶ୍ନ କିଏ ପଚାରେ… ଏସବୁ ପ୍ରେମର କଥା ସାଙ୍ଗ ହୋଇ ଆଗକୁ ଚାଲିବା ।

ମୁଫତିଙ୍କ ସହ କଥା ହୋଇ ରାକ୍ଷୀ ବିବାହ ପାଇଁ ରାଜି ତ ହୋଇଗଲେ କିନ୍ତୁ ମୁହଁଦେଖାରେ ପାକିସ୍ତାନ ଏବଂ ଭାରତର ବନ୍ଧୁତା ମାଗିଲେ । ଏଥିପାଇଁ ସେ ନିଜର ବି ଯଦି ବଳିଦାନ ଦେବାକୁ ପଡେ ତାହେଲେ ଦେବେ ବୋଲି ମଧ୍ୟ କହିଦେଲେ । ମୁଫତି ରାକ୍ଷୀଙ୍କୁ ବିବାହ ପରେ ପରେ ବନ୍ଧୁତା ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ।