ମୁଖ୍ୟମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ପ୍ରଧାନମନ୍ତ୍ରୀଙ୍କ ଦୁଇ ପ୍ରମୁଖ ସଚିବ

0

ରିପୋର୍ଟର୍ସ ଟୁଡେ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଦୁଇ ପ୍ରମୁଖ ସଚିବ ଓଡିଶାରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଶକ୍ତିକାନ୍ତ ଦାସ ଭୁବନେଶ୍ୱରରେ ପହଞ୍ଚିଥିଲେ । ଶୁକ୍ରବାର ଅପରାହ୍ନରେ ପ୍ରମୁଖ ସଚିବ ପିକେ ମିଶ୍ର ପହଞ୍ଚିଛନ୍ତି ।
ସୂଚନା ଅନୁସାରେ, ଶକ୍ତିକାନ୍ତ ଦାସ ୩ଦିନିଆ ଓଡିଶା ଗସ୍ତରେ ଆସିଥିବାବେଳେ ଶନିବାର ଘଟଗାଁ ତାରିଣୀ ପୀଠକୁ ଯାଇ ମା’ ତାରିଣୀଙ୍କ ଦର୍ଶନ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାଳ ଅବସରରେ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ରହିଛି ।
ସେହିଭଳି ଭୁବନେଶ୍ବରରେ ଶୁକ୍ରବାର ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର। ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ପରେ ସେଠାରେ ରାତ୍ରିଯାପନ କରିଛନ୍ତି । ଆଜି ସମ୍ବଲପୁର ଆଇଆଇଏମର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହା ସହ ପର୍ୟ୍ୟଟନ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା କରିବେ ।