ପ୍ରଧାନମନ୍ତ୍ରୀଙ୍କୁ ତାତ୍ସଲ୍ୟ କରିବାରୁ ଯୁବତୀଙ୍କୁ ୧୪ବର୍ଷ କାରାଦଣ୍ତ

0

(ବାଙ୍ଗଲାଦେଶ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ମଜାକ୍ ଉଡାଇବା ପଡିଲା ମହଙ୍ଗା। ଦୁଇ ପ୍ରଧାନମନ୍ତ୍ରୀଙ୍କୁ ନେଇ ମଜାକ ଉଡାଇଥିବାରୁ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଦଣ୍ଡ ମିଳିଛି । ଏହି ବାଙ୍ଗଲାଦେଶୀୟ ଯୁବତୀ ଜଣଙ୍କ ହେଉଛନ୍ତି ରବିଉଲ ଇସଲାମ। ତାଙ୍କୁ ଗତ ବୁଧବାର ବାଙ୍ଗଲାଦେଶ ପୋଲିସ ଜଣେ ଯୁବ ନେତାଙ୍କ ଅଭିଯୋଗ ଆଧାରରେ ଗିରଫ କରିଛି।
ସୂଚାନୁଯାୟୀ , ରବିଉଲ ନିଜ ଫେସବୁକରେ ଏକ ଆପତ୍ତିଜନକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ଶେଖ୍ ହସିନାଙ୍କ ଫଟୋକୁ ବ୍ୟବହାର କରାଯାଇଥିଲା। ତେଣୁ ରବିଉଲଙ୍କ ବିରୋଧରେ ସରକାରଙ୍କ ଛବି ଖରାପ କରୁଥିବା ଧାରା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଉକ୍ତ ଯୁବତୀଙ୍କୁ ୧୪ ବର୍ଷ ଯାଏଁ ଜେଲଦଣ୍ଡ ହୋଇପାରେ ବୋଲି ସୂଚନା ମିଳିଛି ।