ତିତିଲି କାଲି ସକାଳ ୫ରୁ ସ୍ଥଳଭାଗ ଛୁଇଁବା ପୂର୍ବରୁ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର: ମୂଖ୍ୟମନ୍ତ୍ରୀ

0

(ଆଦର୍ଶ ରାଉତ)ଅତି ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିଝଡ଼ର ରୂପ ନେଇଛି ‘ତିତଲି’ । ବଙ୍ଗୋପସାଗରରେ ସୃଷ୍ଟ ଏହି ଘୂର୍ଣ୍ଣିଝଡ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଛି । ବାତ୍ୟା ‘ତିତଲି’ର ପ୍ରଭାବରେ ରାଜ୍ୟର ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ଘଣ୍ଟାକୁ ୧୫ କିମି ବେଗରେ ‘ତିତ୍ଲି’ ଓଡ଼ିଶା ମୁହାଁ ହେଉଥିବା ବେଳେ ଗୋପାଳପୁରଠାରୁ ୨୮୦ କିମି ଦୂରରେ ରହିଥିବା ଜଣାପଡ଼ିଛି। ଏ ନେଇ ପ୍ରଶାସନିକ ପ୍ରସ୍ତୁତ ବେô÷ଠକରେ ଆଜି ମୂଖ୍ୟମନ୍ତ୍ରୀ ନିଜେ ବାତ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । କାଲି ସକାଳ ୫ ଟା ସୁଧା ତିତିଲ ସ୍ତଳଭାଗ ଛୁଇଁବା ପୂର୍ବରୁ ୩ ଲକ୍ଷ ଲୋକ ଙ୍କୁ ସ୍ଥାନନ୍ତରିତ କରାଯାଇଛି ବୋଲି ମୂଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତା ସହ ବାତ୍ୟାକୁ ସାମନ୍ନା କରିବାପାଇଁ ଓଡିଶା ସରକାର ସଜାଗ ଅଛନ୍ତି ।