ନିର୍ଦ୍ଦୋଷରେ ଖଲାସ ହେଲେ ଆଦିବାସୀ ନେତା ନାଚିକା ଲିଙ୍ଗା

0

କୋରାପୁଟ : ନିର୍ଦ୍ଦୋଷ ପ୍ରମାଣିତ ହେଲେ ନାଚିକା ଲିଙ୍ଗା । ସମସ୍ତ ୫୦ ଟି ଯାକ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହେଲେ ଆଦିବାସୀ ନେତା ନାଚିକା ଲିଙ୍ଗା। ୨୦ ନଭେମ୍ବର ୨୦୦୯ରେ ନାରାୟଣପାଟଣା ଥାନା ଆକ୍ରମଣ ମାମଲାରେ ଚାଷୀ ମୁଲିଆ ଆଦିବାସୀ ସଂଘ ନେତା ନାଚିକା ଲିଙ୍ଗା ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଛନ୍ତି ।

ସୂଚନା ଅନୁସାରେ ନାଚିକା ଲିଙ୍ଗାଙ୍କ ନାମରେ ମୋଟ ୫୦ଟି ମାମଲା ରହିଥିଲା। ପୂର୍ବରୁ ସେ ଗୋଟିଏ ପରେ ଗୋଟିଏ କରି ୪୯ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ। ୫୦ତମ ମାମଲାରେ କୋରାପୁଟ ସହକାରୀ ଦୌରାଜଜ୍ ବୁଧବାର ୩୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି।

ଏହି ଅବସରରେ ନାଚିକା ସତ୍ୟ ଓ ନ୍ୟାୟର ଜୟ ହେଲା ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେ ୨୦୧୪ରେ ଗିରଫ ହୋଇ କୋରାପୁଟ ଜେଲରେ ଥିଲେ।