ମୁମ୍ବାଇ: ବିଗତ ୧ ବର୍ଷରୁ ଅଧିକ ହେବ ଋଷ ଏବଂ ଯୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ଏକ ବଡ଼ ଅଭିଯୋଗ ଆଣିଛି ଋଷ। ରାଷ୍ଟ୍ରପତି ପୁଟିନଙ୍କୁ ହତ୍ୟା କରିବା ଲାଗି କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ କରିଛି ୟୁକ୍ରେନ୍ । ତେବେ ଏହାକୁ ଅସ୍ବୀକାର କରିଛି ୟୁକ୍ରେନ୍। ୟୁକ୍ରେନ୍ ରାଷ୍ଟ୍ରପତିଙ୍କର ମୁଖପାତ୍ର କହିଛନ୍ତି ଯେ ଡ୍ରୋନ୍ ଆକ୍ରମଣ ସହ ତାଙ୍କ ଦେଶର କୌଣସି ସଂପର୍କ ନାହିଁ। ଆକ୍ରମଣରେ ଦୁଇଟି ଡ୍ରୋନ୍ ବ୍ୟବହାର ହୋଇଥିଲା। କିନ୍ତୁ ରୁଷ ଆକ୍ରମଣ ଯୋଜନାକୁ ପଣ୍ଡ କରି ଦେଇଛି। ଏହି ଆକ୍ରମଣରେ ପୁଟିନ ସୁରକ୍ଷିତ ଅଛନ୍ତି। ବିଲଡିଂର ବିଶେଷ କ୍ଷତି ହୋଇନାହିଁ।
ମଙ୍ଗଳବାର ରାତି (ଭାରତୀୟ ସମୟ)ରେ ୟୁକ୍ରେନ କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିବା ରୁଷ୍ ରାଷ୍ଟ୍ରପତି କାର୍ୟ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ବିସ୍ଫୋରଣ ପରେ କ୍ରେମ୍ଲିନ୍ ଉପରୁ ଆକାଶରେ ଧୂଆଁ ଉଠୁଥିବା ଦେଖାଯାଇଥିଲା।
ରୁଷ୍ ରାଷ୍ଟ୍ରପତି କାର୍ୟ୍ୟାଳୟ କ୍ରେମଲିନ୍ର ପ୍ରବକ୍ତା ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଡ୍ରୋନ୍ ଆକ୍ରମଣ ସମୟରେ ରାଷ୍ଟ୍ରପତି ପୁଟିନ୍ କ୍ରେମଲିନ୍ରେ ଉପସ୍ଥିତ ନ ଥିଲେ। ଏହି ଡ୍ରୋନ୍ ଆକ୍ରମଣ ପୁଟିନଙ୍କ କାର୍ୟ୍ୟକୁ ପ୍ରଭାବିତ କରିନାହିଁ, ବରଂ ସେ ପୂର୍ବ ନିର୍ଦ୍ଧାରିତ ସମୟ ଏବଂ ଯୋଜନା ଅନୁସାରେ ନିଜ କାର୍ୟ୍ୟ ଜାରି ରଖିଛନ୍ତି। ଏହି ଘଟଣାକୁ ନେଇ ଋଷ ସରକାର କହିଛନ୍ତି ଯେ ୟୁକ୍ରେନ କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ଉଦ୍ୟମ କରିବା ଏକ “ଆତଙ୍କବାଦୀ କାର୍ୟ୍ୟକଳାପ” ଏବଂ ପୁଟିନଙ୍କ ହତ୍ୟା ଉଦ୍ୟମ। ଅନ୍ୟ ପଟେ ଋଷ ଏହାର କଡା ଜବାବ ଦେବ ବୋଲି କହିଛି । କ ବିବୃତିରେ କୁହାଯାଇଛି ଯେ ପୁଟିନ ଆହତ ହୋଇନାହାନ୍ତି ଏବଂ କ୍ରେମଲିନ୍ ବିଲ୍ଡିଂରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ଏହି ଘଟଣାକୁ ନେଇ ଆକ୍ରମଣ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।