ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକ କଂଗ୍ରେସ ଭବନ ସମ୍ମୁଖରୁ ଅଜଣା ମୃତଦେହ ଉଦ୍ଧାର

0

ବ୍ୟୁରୋ : ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକ କଂଗ୍ରେସ ଭବନ ସମ୍ମୁଖରୁ ମୃତଦେହ ଉଦ୍ଧାର ହୋଇଛି। ହସ୍ପିଟାଲ ନେବା ରାସ୍ତାରେ ବ୍ୟକ୍ତିଙ୍କୁ ମୃତ୍ୟୁ ହୋଇଥିବା ପୁଲିସର ସୂଚନା ରହିଥିବାବେଳେ ଏକ ଅଜଣା ଗାଡିରୁ ବ୍ୟକ୍ତିଙ୍କୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ପ୍ରାଥମିକ ତଦନ୍ତରୁ ଉକ୍ତ ବ୍ୟକ୍ତି ମାଷ୍ଟରକ୍ୟାଣ୍ଟିନ୍ ଛକରେ ବୁଲାବୁଲି କରୁଥିଲେ ବୋଲି ପୁଲିସ କହିଛି । ତେବେ ତାଙ୍କର ବୟସ ଆନୁମାନିକ ୩୫ ବର୍ଷ ହେବ । ତେବେ ସେହି ଅଜଣା ଗାଡିକୁ କ୍ୟାପିଟାଲ ଥାନା ପୁଲିସ ଖୋଜୁଛି । ସିସିଟିଭିରୁ ଗାଡି ସମ୍ପର୍କରେ ତଥ୍ୟ ପାଇଛି ପୁଲିସ । ତେବେ କିଏ ଏହି ଯୁବକ ପରିଚୟ ମିଳିନଥିବା ବେଳେ ପୋଲିସ ଛାନଭିନ ଆରମ୍ଭ କରିଛି। ଏକ କାରରେ ଆସି କେହି ଫିଙ୍ଗିଦେଇଥିବା କହିଛନ୍ତି ସ୍ଥାନୀୟ ଯୁବକ। ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ । ଏବଂ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି।