ମାଲକାନାଗିରି: ରାଜ୍ୟର ଅନେକ ସ୍ଥାନରେ ଭାଲୁ ଆତଙ୍କ ଦେଖା ଦେଉଛି । ମାଲକାନାଗିରି ଜିଲ୍ଲା ମଧ୍ୟ ଏଥିରୁ ବାଦ ପଡିନି । ତମସା ପଞ୍ଚାୟତ ଏମଭି-୭ ଗାଁରେ ଭାଲୁମାନଙ୍କର ଉତ୍ପାତରେ ଆତଙ୍କିତ ହୋଇ ରହୁଛନ୍ତି ସ୍ଥାନୀୟ ଲୋକେ । ପ୍ରତିଦିନ ସନ୍ଧ୍ୟାରେ ନିକଟସ୍ଥ ଜଙ୍ଗଲରୁ ଦୁଇଟି ଭାଲୁ ଗାଁକୁ ଆସି ଆତଙ୍କ ମଚାଉଛନ୍ତି । ଅନେକ ଲୋକଙ୍କ ଘର କାନ୍ଥ ଭାଙ୍ଗିବା ସହ ଘରେ ପଶିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ଏନେଇ ଗ୍ରାମବାସୀଙ୍କ ମନରେ ଭୟର ଏକ ବାତାବରଣ ଖେଳିଯାଇଛି । ସନ୍ଧ୍ୟା ହେଲେ ଘର କବାଟ ଦେଇ ଆତଙ୍କରେ ରହୁଛନ୍ତି ଗ୍ରାମବାସୀ । ଏଥିସହ ଗାଁ ରାସ୍ତା ଦେଇ ଅନେକ ଯାନବାହାନରେ ଯାତାୟତ କରୁଥିବା ଯାତ୍ରୀମାନେ ମଧ୍ୟ ଭୟରେ ଯାତାୟତ କରୁଛନ୍ତି । ତେଣୁ କିଛି ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ ଏହି ଭାଲୁ ଦୁଇଟିକୁ କାବୁ କରିବା ଆବଶ୍ୟକ ହୋଇପଡିଛି ।