ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ୭୭ ତମ ସ୍ୱାଧୀତନା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ପତ୍ତକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଏଥର ଦେଶବାସୀଙ୍କୁ ପରିବାର ଜନ କହି ସମ୍ୱୋଧିତ କରି କହିଛନ୍ତି, “ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଏବେ ଜନସଂଖ୍ୟା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଦେଶ। ଏତେ ବଡ ଦେଶ, ମୋ ପରିବାରର ୧୪୦ କୋଟି ସଦସ୍ୟ ଆଜି ସ୍ୱାଧୀନତା ଦିବସ ପାଳନ କରୁଛନ୍ତି।
ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ଯୋଜନା ‘ବିଶ୍ୱକର୍ମା ଯୋଜନା’ ଘୋଷଣା କରିଛନ୍ତି। ଆସନ୍ତା ବିଶ୍ବକର୍ମା ପୂଜା(୧୭,ସେପ୍ଟେମ୍ବର)ରେ ଏହା କାର୍ୟ୍ୟକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଯୋଜନା ଦ୍ୱାରା ବିଶେଷ ବର୍ଗ ଲାଭବାନ୍ ହୋଇପାରିବେ । ସୁନାରୀ, ବୁଣାକାର, ରାଜମିସ୍ତ୍ରୀ, ବାରିକ ଏବଂ ଅନ୍ୟ କୁଶଳୀ କାରିଗରଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଏହି ଯୋଜନା ।
ଏହା ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ୧୩ରୁ ୧୫ ହଜାର କୋଟି ଟଙ୍କାରୁ ଏହି ଯୋଜନା ଆରମ୍ଭ ହେବ ।
ଦେଶରେ ଗରୀବ କମିଲେ ମଧ୍ୟମ ବର୍ଗ ଶକ୍ତି ବଢ଼ିବ। ଆସନ୍ତା ୫ ବର୍ଷରେ ଗ୍ୟାରେଣ୍ଟି ଦେଉଛି ଏହା ପୂରଣ ହେବ। ସହରରେ ବସ୍ତିରେ ରହୁଥିବା ଲୋକଙ୍କ ଜୀବନ ମାନ ବଢ଼ିବ। ସହରରେ ଘର କରି ରହିବା ପାଇଁ ସହଯୋଗ ଦିଆଯିବ। ବ୍ୟାଙ୍କରୁ ରିହାତିରେ ଋଣ ଯୋଗାଇ ଦିଆଯିବ। ଆଧୁନିକତା ଆଡେ ଆମେ ଅଗ୍ରସର ହେଉଛନ୍ତି। ସେହିପରି ଭ୍ରଷ୍ଟାଚାରକୁ ନେଇ ମୋଦୀ କହିଛନ୍ତି ରାକ୍ଷସ ଦେଶକୁ ରସାତଳକୁ ନେଇଥିଲା। ୧୦ ବର୍ଷ ତଳେ ରାଜ୍ୟକୁ ୨୦ ଲକ୍ଷ କୋଟି ଟଙ୍କା ଯାଉଥିଲା। ବର୍ତ୍ତମାନ ରାଜ୍ୟମାନଙ୍କୁ ୧୦୦ ଲକ୍ଷ କୋଟି ଟଙ୍କା ଯାଊଛି।