ଶେଯ ଉପରେ ବିଡା ବିଡା ଟଙ୍କା ସହ ସେଲ୍ଫି ନେଲେ ପୁଲିସ ବାବୁଙ୍କ ପରିବାର

0

ଉନ୍ନାଓ: ଶେଯ ଉପରେ ବିଡା ବିଡା ଟଙ୍କା ସହ ସେଲ୍ଫି ନେଲେ ପୁଲିସ ବାବୁଙ୍କ ପରିବାର | ଖାଲି ଫୋଟୋ ନେଲେନି ସୋସିଆଲ ମିଡିଆରେ ଅପଲୋଡ୍ ବି କଲେ | ଯାହାପରେ ଫଟୋ ଦେଖି ପୁଲିସ ଡିପାର୍ଟମେଣ୍ଟରେ ହଇଚଇ ଆରମ୍ଭ ହେବା ସହ ତନାଘନା ହୋଇଥିଲା । ପରେ ସେହି ପୁଲିସ ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ସମ୍ପୃକ୍ତ ପୁଲିସ ଅଧିକାରୀ ହେଉଛନ୍ତି ବେହ୍‌ଟା ମୁଜାୱର୍‌ ଥାନାର ‘ଷ୍ଟେସନ୍‌-ଇନ୍‌-ଚାର୍ଜ’ ରମେଶ ଚନ୍ଦ୍ର ସାହାଣୀ। ତାଙ୍କ ଉପରିସ୍ଥ ପୁଲିସ ଅଧିକାରୀ ରମେଶଙ୍କୁ ସଙ୍ଗେ ସଙ୍ଗେ ପୋଲିସ୍‌ ଲାଇନ୍‌କୁ ବଦଳି କରିବା ସହିତ ଘଟଣାର ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି।

ଫଟୋରେ ଦେଖାଯାଉଛି ରମେଶଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ଖଟ ଉପରେ ୨୭ଟି ୫୦୦ ଟଙ୍କିଆ ‘ତାଡ଼ା’ ରଖି ‘ସେଲ୍‌ଫି’ ଉଠାଇଛନ୍ତି। ସମୁଦାୟ କେତେ ଟଙ୍କା ବୋଲି ପୁଲିସ କହି ନ ଥିଲେ ମଧ୍ୟ ସେ ସବୁ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।