(ରିପୋର୍ଟସ ଟୁଡ଼େ)ଜୟପୁର : ନିର୍ବାଚନୀ ତାରିଖ ପାଖେଇ ଆସୁଥିବା ବେଳେ ରାଜନେତାଙ୍କ ଭିଡ଼ ଓଡ଼ିଶାରେ ଦେଖିବାକୁ ମିଳୁଛି । ବିଶେଷ କରି ଓଡ଼ିଶା ଲକ୍ଷ୍ୟରେ ରହିଛି ବିଜେପି। ଏଥିପାଇଁ ଓଡ଼ିଶାରେ ପ୍ରଚାର ଅଭିଯାନକୁ ଜୟପୁର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୬ତାରିଖ ଦିନ ଜୟପୁର ନିର୍ବାଚନ ମଣ୍ଡଳୀ ପ୍ରଚାର ନିମନ୍ତେ ଆସୁଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଜୟପୁରରେ ରୋଡ ସୋ’ କରି ବୋରିଗୁମ୍ମା ଯିବାର କାର୍ୟ୍ୟକ୍ରମ ରହିଛି। ବୋରିଗୁମ୍ମାରେ ଏକ ସାଧାରଣ ସଭାରେ ଯୋଗ ଦେଇ ଫେରିବେ ବୋଲି ସୂଚନା ମିଳିଛି। ଏନେଇ ଏବେ ପର୍ୟ୍ୟନ୍ତ ପୁଲିସ ପ୍ରଶାସନ ନିକଟକୁ କୌଣସି ସୂଚନା ଆସିନାହିଁ। ସୂଚନା ମିଳିବା ପରେ ପ୍ରସ୍ତୁତି ଆରମ୍ଭ ହେବ ବୋଲି ଜଣାପଡ଼ିଛି।