ଭାରସାମ୍ୟ ହରାଇ ଓଲଟିପଡ଼ିଲା ଟ୍ରାକ୍ଟର , ଚାଲିଗଲା ଜଣଙ୍କର ଜୀବନ

ଭାରସାମ୍ୟ ହରାଇ ଓଲଟିପଡ଼ିଲା ଟ୍ରାକ୍ଟର। ଏହି ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଜଣଙ୍କର ଜୀବନ। ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଗୁଦରା ମୁଣ୍ଡା ଗ୍ରାମରେ ଘଟିଛି ଏହିଭଳି ଏକ ଅଭାବନୀୟ ଘଟଣା। ଆଜିସକାଳୁ

0

(କଣ୍ଟାବାଞ୍ଜି) : ଭାରସାମ୍ୟ ହରାଇ ଓଲଟିପଡ଼ିଲା ଟ୍ରାକ୍ଟର। ଏହି ଟ୍ରାକ୍ଟର ତଳେ ଚାପି ହୋଇ ଚାଲିଗଲା ଜଣଙ୍କର ଜୀବନ। ବଲାଙ୍ଗୀର ଜିଲ୍ଲା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଗୁଦରା ମୁଣ୍ଡା ଗ୍ରାମରେ ଘଟିଛି ଏହିଭଳି ଏକ ଅଭାବନୀୟ ଘଟଣା। ଆଜିସକାଳୁ ମୃତଦେହକୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ଅଣାଯାଇ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ଡ୍ରାଇଭରର ପରିବାରକୁ ସରକାରଙ୍କ ତରଫରୁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ଅପରାହ୍ନ ୪ଘଣ୍ଟା ସମୟରେ ୩୦ ବର୍ଷର ଜଣେ ଯୁବକ ଟ୍ରାକ୍ଟର ତଳେ ଚାପିହୋଇ ମୃତ୍ୟୁବରଣ କରିଛନ୍ତି। ମୃତ ଡ୍ରାଇଭର ଜଣକ ଗାଁ ମୁଣ୍ଡରେ ଥିବା ଉଦେମହାକୁଡ଼ଙ୍କ ଚାଷଜମିକୁ ଟ୍ରାକ୍ଟର ନେଇ ନଙ୍ଗଳ କରିବାକୁ ଯାଇଥିଲେ। ଠିକ ସେହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟିପଡି ଡ୍ରାଇଭରଙ୍କ ଉପରେ ଚାପି ହୋଇଥିଲା। ଏହା ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭରଙ୍କ ପ୍ରାଣବାୟୁ ଉଡିଯାଇଥିଲା।