(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅଧିନ ଗୋଲିଆ ଗ୍ରାମ ପଂଚାୟତର କୁଶପଲ୍ଲୀ ବିଷୋୟୀବଞ୍ଜର ନିକଟରେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଜଣେ ପରିବା ବ୍ୟବସାୟୀ ବୋଲି ଜଣାପଡିଛି । ଖବର ପାଇ ପୋଲିସ ଉକ୍ତ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରଥିଲା । ତେବେ ମୃତ୍ୟୁର ଅସଲ କାରଣ ଏଯାଏ ଜଣାପଡିନାହିଁ । ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।