ଦିନ 1 ସୁଦ୍ଧା ଗଛ ହଟାଯିବ ରାସ୍ତା ସଫା : ସନ୍ଧ୍ୟା ଭିତରେ ସବୁ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ

0

ବ୍ୟୁରୋ : ବାତ୍ୟା ଦାନା ମଧ୍ୟ ରାତ୍ରି ରୁ ସକାଳ ସୁଦ୍ଧା ଭିତର କନିକା ମଧ୍ୟରେ ଲ୍ୟାଣ୍ଡ ଫଳ ହୋଇଛି | କ୍ଷୟ କ୍ଷତି ଆକଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦିଆଯାଇଛି | ଜିରୋ କାଜୁଆଲିଟ ସଫଳତା ହୋଇଛି | ପ୍ରଶାସନିକ ତତ୍ପରତା ଯୋଗ୍ୟ ଏହା ସଫଳ ମୁକାବିଲା ହୋଇଛି | ରାସ୍ତା ଅବରୋଧ ସହ ବିଦ୍ୟୁତ ତାର ଚିଡ଼ିଛି ସେଠି କାମ ଆରମ୍ବ ହୋଇଛି | ଗଛ ପଡ଼ିଥିବା ଜାଗାରେ ଦିନ 1 ସୁଦ୍ଧା ଗଛ ହଟାଯିବ ରାସ୍ତା ସଫା କରାଯିବ | ସନ୍ଧ୍ୟା ଭିତରେ ସବୁ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହେବ | ସକାଳ 9 ଟାରେ ବିମାନ ଅବତରଣ କରିଛି | ଗର୍ଭବତୀ ମହିଳା ସୁରକ୍ଷିତ ଅଛନ୍ତି | 16 ଶହ ରୁ ଅଧିକ ନବ ଜାତ ଶିଶୁ ଙ୍କୁ ଜନ୍ମ ଦେଇଛନ୍ତି | ଜନ ସାଧାରଣ, ପ୍ରଶାସନିକ ଅଧିକାରି, ଡାକ୍ତର, ଅଗ୍ନିଶମ ବାହିନୀ ଓ ବାତ୍ୟା ମୁକାବିଲା ରେ ସାମିଲ ଥିବା ସମସ୍ତ ଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ | ଭଦ୍ରକ ରୁ କେନ୍ଦୁଝର ର ଆନନ୍ଦପୁର ଓ ଅନୁଗୁଳ ଶେଷ ଆଡକୁ ଗତି କରିବ ବାତ୍ୟା | ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ରେ ବର୍ଷା ହେଉଛି |ମୋବାଇଲ ନେଟୱର୍କ ଓ ବିଦ୍ୟୁତ ସଂଯୋଗ ସଠିକ ଅଛି | ବାତ୍ୟା ଜନିତ ମୃତ ହାତ ହୋଇନାହିଁ | ଲୋକ ମାନେ ନିଜ ଘରକୁ ଫେରିବା ଆରମ୍ବ କଲେଣି | କେନ୍ଦ୍ରାପଡ଼ା ତାଳଚୁଆ ଗ୍ରାମ ର ଆଶା କର୍ମୀ ବୁଢ଼ୀ ମା ଙ୍କୁ ଆଣି ରିଲିଫ ସେଣ୍ଟର ରେ ପଂହଁଚାଇବା ଉଦ୍ୟମ କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ | ଗଣ ମାଧ୍ୟମ ପ୍ରଶଂସା ପାତ୍ର |