ଖୋଲିଲା କାଉଣ୍ଟର,ଏଣିକି ଅଫଲାଇନ ବେପାର

0

(ଆଦର୍ଶ ରାଉତ/ରିପୋଟରର୍ସ ଟୁଡ଼େ) : ଖୋଲିଲା ମଦ ଦୋକାନ । କୋଭିଡ଼ କଟକଣା ମଧ୍ୟରେ ଅଫଲାଇନରେ ବିକ୍ରି ହେଲା ମଦ । ସକାଳ ୭ରୁ ସନ୍ଧ୍ୟା ୬ ଯାଏଁ ମଦ ବିକ୍ରି ପାଇଁ ଅନୁମତି ମିଳିଛି । ସେଥିପାଇଁ କାଉଣ୍ଟର ଆଗରେ ଭିଡ଼ ଜମିବାରେ ଲାଗିଲା । ଭିଡ଼କୁ ନଜରରେ ରଖି ନିୟନ୍ତଣ କରିବା ପାଇଁ ମଦ ଦୋକାନି ଆଗରେ ମୃତୟନ ଥିଲେ କର୍ମଚାରୀ ମାନେ । ଖାଲି ସେଥିକି ନୁହେଁ କାଉଣ୍ଟର ଆଗରେ ବ୍ୟାରିକେଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ଗ୍ରାହକମାନେ ମଦ ନେବା ଆଗରୁ ହାତକୁ ସାନିଟାଇଜରେ ଧୋଇବା ସହିତ ମୁହଁରେ ମାକ୍ସ ପିନ୍ଧିବାକୁ କୁହାଯାଉଛି । ଗତ ମାସରେ ଓନଲାଇନରେ ହୋମ ଡ଼େଲିଭରିରେ ମଦ ବିକ୍ରି ଆରମ୍ଭ ହୋଇଥିଲା । ଓନଲାଇନି ଯୋଗୁଁ ମଦ ବିକ୍ରି ମାନ୍ଦା ଥିଲା ସେଥିପାଇଁ ସରକାର ଓଫଲାଇନରେ ବିକ୍ରି କରିବା ପାଇଁ ନିଷ୍ପତି ନେଇଛନ୍ତି ।ଏହାକୁ ସ୍ୱାଗତ କରିଥିଲେ ଗ୍ରାହକ ମାନେ ।