ନୂଆଦିଲ୍ଲୀ : ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଅର୍ଥାତ୍ ୧୮ବର୍ଷରୁ କମ୍ ବୟସ୍କଙ୍କୁ ଅଶ୍ଳୀଳ ଭାବେ ଚିତ୍ରଣ କରିବା ଅପରାଧ। ଏଭଳି କିଛି ରାୟ ଦେଇଛନ୍ତି ପ୍ରିମକୋର୍ଟ। ନ୍ୟୁଡ୍ କଣ୍ଟେଣ୍ଟକୁ ଇଲେକ୍ଟ୍ରୋନିକ୍ସ କିମ୍ୱା ଅନ୍ୟ କୌଣସି ଫର୍ମାଟରେ ପ୍ରକାଶ କରିବା ଏବଂ ଏହାକୁ ଅନ୍ୟମାନଙ୍କୁ ପଠାଇବା ଅପରାଧ ଭାବରେ ବିବେଚନା କରାଯିବ। ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୧୯ ମସିହାରେ POCSO ଆକ୍ଟରେ ପରିବର୍ତ୍ତନ କରିଥିଲେ।
ଧାରା ୧୪ ଏବଂ ୧୫ ଅନୁଯାୟୀ ଯଦି କେହି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କରନ୍ତି କିମ୍ବା ସେୟାର କରନ୍ତି..ଅଥବା ଦେଖନ୍ତି ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଜୋରିମାନା ସହିତ ଉଭୟ ଜେଲଦଣ୍ଡ ଓ ଜୋରିମାନା ବି କରାଯାଇପାରେ । ଖାଲି ଏତିକି ନୁହେଁ ବରଂ ଯଦି ଜଣେ ବ୍ୟକ୍ତି ବ୍ୟବସାୟିକ ଉଦ୍ଦେଶ୍ୟରେ ରଖି ଚାଇଲ୍ଡ ପର୍ଣ୍ଣୋଗ୍ରାଫି ରଖନ୍ତି, ତାହାଲେ ଅତି କମ୍ରେ ତିନି ବର୍ଷ ଜେଲ ବା ଜୋରିମାନାର ବ୍ୟବସ୍ଥା ଅଛି । ଇଏ ତ ଗଲା ପ୍ରଥମ ଥର ପାଇଁ ଅପରାଧ କରିବାର ଦଣ୍ଡ । ଯଦି ସଂପୃକ୍ତ ବ୍ୟକ୍ତି ଜଣକ ଦ୍ୱିତୀୟ ଥର ପାଇଁ ଏମିତି କରନ୍ତି ତାହାଲେ ଏହି ଦଣ୍ଡାଦେଶକୁ ପାଞ୍ଚରୁ ସାତ ବର୍ଷକୁ ବୃଦ୍ଧି କରାଯାଇପାରେ । କେବଳ ଭାରତରେ ନୁହେଁ ବରଂ ବିଦେଶରେ ବି ପର୍ଣ୍ଣଗ୍ରାଫିକୁ ନେଇ ଅନେକ ଗାଇଡ୍ଲାଇନ୍ ରହିଛି ।
ସୂଚନା ଅନୁସାରେ, ଭାରତରେ ଅନ୍ଲାଇନ୍ରେ ପର୍ଣ୍ଣ ଦେଖିବା ବେଆଇନ ନୁହେଁ । ହେଲେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ ୨୦୦୦ ଅନୁସାରେ ପର୍ଣ୍ଣ ଭିଡିଓ ତିଆରି ଓ ପ୍ରସାରଣ ଉପରେ ନିଷେଧାଦେଶ ରହିଛି । ଅଧିନିୟମ ୨୦୦୦ର ଧାରା ୧୭ ଏବଂ ୬୭A ରେ ମଧ୍ୟ ୩ବର୍ଷ ଜେଲ୍ ସହିତ ଏହି ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଇଁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ରହିଛି । ଖାଲି ଏତିକି ନୁହେଁ ବରଂ ଆଇପିସିର ଧାରା ୨୯୨, ୨୯୩, ୫୦୦, ୫୦୬ ରେ ମଧ୍ୟ ଆଇନ ସମ୍ବନ୍ଧୀୟ ବ୍ୟବସ୍ଥା କରାଯାଇଛି । ଯଦି କେଉଁମାନେ ନିୟମ ଖିଲାପ କରନ୍ତି ତାହାଲେ ସେମାନଙ୍କ ବିରୋଧରେ ପସ୍କୋ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି । ତେବେ ପର୍ଣ୍ଣଗ୍ରାଫିକୁ ନେଇ ସୁପ୍ରିମକୋର୍ଟ ଯେଉଁ ଶୁଣାଣି କରିଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।