(ଆଦର୍ଶ ରାଉତ)ଭୁବନେଶ୍ୱର: ବାରବାଟୀ ବିଜୟ ପରେ ଆଜି ଫେରିଯାଇଛନ୍ତି ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳର ଖେଳାଳିମାନେ । ସକାଳ ୭ଟାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ଅଧିକାଂଶ ଖେଳାଳି ଫେରିଯାଇଥିବା ବେଳେ ଅପରାହ୍ନ ୧.୩୦ରେ ଧ୍ୱେଷ୍ଟଇଣ୍ଡିଜ ଦଳର ସମସ୍ତ ଖେଳାଳିଙ୍କ ସମେତ ଭାରତ ଦଳର ରୋହିତ ଶର୍ମା ଓ ରବିନ୍ଦ୍ର ଜାଡ଼େଜା ଫେରିଯାଇଛନ୍ତି । ୫ ଦିନ ୪ ରାତି ହୋଟଲରେ ବହୁତ ଭଲ ଭାବେ ଖେଳାଳୀ ମାନେ କଟାଇଥିଲେ ବୋଲି କହିଛନ୍ତି ମେ ଫେୟାର ହୋଟେଲ ନିର୍ବାହୀ ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର । ସବୁ ଥର ପରି ଏଥର କିନ୍ତୁ ଭାରତୀୟ ଖେଳାଳୀ ମାନେ ଖେଳ ସାରି ହୋଟେଲରେ ପହଞ୍ଚିବା ପରେ କୌଣସି ସେଲିବ୍ରେସନ କରିନଥିଲେ । ଖେଳାଳୀ ମାନଙ୍କୁ ପୋଲିସର କଡ଼ା ସୁରକ୍ଷା ବଳୟରେ ହେଟୋଲରୁ ବିମାନବନ୍ଦରକୁ ନିଆଯାଇଥିଲା ।
ଗତ ୧୯ ତାରିଖରେ ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେହିଦିନରୁ ସାରା ରାଜ୍ୟରେ ଲାଗି ରହିଥିଲା କ୍ରିକେଟ୍ ମାନିଆ । ଗତକାଲି ବାରବାଟରେ ଟିମ୍ ଇଣ୍ଡିଆ ମ୍ୟାଚ୍ ସହ ଦିନିକିଆ ସିରିଜ୍ ଜିତିବା ପରେ ସମସ୍ତେ ଆନନ୍ଦରେ ଉଲ୍ଲସିତ ହୋଇ ଉଠିଥିଲେ ।
ଏପଟେ ଭୁବନେଶ୍ୱରରେ ଚାରିଦିନର ରହଣି ସମୟରେ ଖେଳାଳିମାନଙ୍କୁ ଭବ୍ୟ ଆତିଥ୍ୟ ସହ କଡ଼ା ସୁରକ୍ଷା ଦିଆଯାଇଥିଲା । ସେହିଭଳି ହୋଟେଲ, ବିମାନ ବନ୍ଦର ଏବଂ ଷ୍ଟାଡିୟମ ସବୁଠାରେ ସେମାନଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଠାକାର ଆତିଥ୍ୟରେ ଖେଳାଳି ଏବଂ ଟିମ୍ ପ୍ରଶାସକ ସମସ୍ତେ ଭାରି ଖୁସି ।