୧୨ କ୍ରିକେଟର ଖେଳିପାରନ୍ତି ଶେଷ ଦିନିକିଆ ବିଶ୍ୱକପ

0

ମୁମ୍ବାଇ: ଭାରତରେ ଖେଳାଯିବ ୨୦୨୩ କ୍ରିକେଟ୍ ଦିନିକିଆ ବିଶ୍ୱକପ । ଏହି ବିଶ୍ୱକପ ପୂର୍ବରୁ ସବୁ ଟିମ୍ କରୁଛନ୍ତି ଜୋରଦାର ଅଭ୍ୟାସ ଆଉ ଲାଗିପଡିଛନ୍ତି । କିପରି ହାତେଇବେ ଟ୍ରଫି । କିନ୍ତୁ କ୍ରୀଡାପ୍ରେମୀଙ୍କ ଲାଗିପାରେ ଝଟକା । କାହିଁକି ନା କିଛି ଖେଳାଳିଙ୍କୁ ଏହି ବିଶ୍ୱକପ ପରେ ଆଉ ଖେଳୁଥିବାର ଦେଖିବାକୁ ମିଳିବନି । ଅବସର ନେଇପାରନ୍ତି ଏହିସବୁ ଖେଳାଳି ।

ରୋହିତ ଶର୍ମା : ଏବେ ଟିମ୍ ଇଣ୍ଡିଅ ।ର କ୍ୟାପଟେନ୍ ଅଛନ୍ତି ରୋହିତ ଶର୍ମା ଖେଳାଳି ଏବଂ ଅଧିନାୟକ ହିସାବରେ ହୁଏତ ଏହା ତାଙ୍କର ଶେଷ ବିଶ୍ୱକପ ହୋଇପାରେ ।କାହିଁକି ନା ବର୍ତ୍ତମାନ ତାଙ୍କୁ ୩୬ ବର୍ଷ । ତେଣୁ ଅ।ଗାମୀ  ବିଶ୍ୱକପରେ ହୁଏତ ଖେଳିନପାରନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୨୪୪ଟି ଦିନିକିଅ । ମ୍ୟାଚ୍ ଖେଳି ୯୮୩୭ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୩୦ଟି ଶତକ ଏବଂ ୪୮ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ୨୬୪ ରନ୍ ତାଙ୍କର ସର୍ବାଧିକ ସ୍କୋର ।

ବିରାଟ କୋହଲି : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ହୁଏତ ଏହା ବିରାଟଙ୍କ କ୍ରିକେଟ୍ କ୍ୟାରିୟରରେ ଏହା ଶେଷ ବିଶ୍ୱକପ ହୋଇପାରେ । ବିରାଟଙ୍କୁ ଏବେ ୩୪ ବର୍ଷ ବର୍ତ୍ତମାନ ସୁଦ୍ଧା ୨୭୫ଟି ଦିନିକିଆ ମ୍ୟାଚ୍ ଖେଳି ୧୨୮୯୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୪୬ଟି ଶତକ ଏବଂ ୬୫ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ୧୮୩ ରନ୍ ତାଙ୍କର ସର୍ବାଧିକ ସ୍କୋର ।

ରବିଚନ୍ଦ୍ରନ ଅଶ୍ୱିନୀ : ଟିମ୍ ଇଣ୍ଡିଅ।ର ଜଣେ ବେଷ୍ଟ ସ୍ପିନର ଭାବେ ଜଣାଶୁଣା ରବିଚନ୍ଦ୍ରନ ଅଶ୍ୱିନୀ । ନିଜ ସ୍ପିନ ଜାଦୁ ଓ ବ୍ୟାଟିଂ ବଳରେ ବିରୋଧୀ ଟିମ୍ ଦିଅନ୍ତି ଚକ୍ମା । ଏହା ତାଙ୍କ କ୍ୟାରିୟର ହୋଇପାରେ ଶେଷ ଦିନିକିଆ ବିଶ୍ୱକପ୍ ।ଏବେ ତାଙ୍କୁ ୩୬ ବର୍ଷ ବର୍ତ୍ତମାନ ସୁଦ୍ଧା ୧୧୩ ଟି ଦିନିକିଅ । ମ୍ୟାଚ୍ ଖେଳି ୧୫୧ଟି ବିକେଟ ହାସଲ କରିଛନ୍ତି ।

ଡେଭିଡ ୱାର୍ଣ୍ଣର : ଅଷ୍ଟ୍ରେଲିଅ । ଟିମର ଜଣେ ବିସ୍ଫୋରକ ବ୍ୟାଟସମ୍ୟାନ୍ ଭାବେ ଜଣାଶୁଣା ୱାର୍ଣ୍ଣର ।ଏବେ ତାଙ୍କୁ ୩୬ ବର୍ଷ ତେଣୁ ବୟସାଧିକ କାରଣରୁ ଅ ।ଗାମୀ ଦିନିକିଅ । ବିଶ୍ୱକପ୍ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ୧୪୨ ଟି ଦିନିକିଅ । ମ୍ୟାଚ୍ ଖେଳି ୬୦୩୦ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୧୯ଟି ଶତକ ଏବଂ ୨୭ଟି ଅର୍ଦ୍ଧଶତକ ରହିଛି ୧୭୯ ରନ୍ ତାଙ୍କର ସର୍ବାଧିକ ସ୍କୋର ରହିଛି ।

ଷ୍ଟିଭେନ୍ ସ୍ମିଥ୍ : ଅଷ୍ଟ୍ରେଲିଅ।ର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଜଣେ ଦକ୍ଷ ବ୍ୟାଟର ଭାବେ ଖୁବ୍ ଜଣାଶୁଣା ସ୍ମିଥ୍ ।ଏବେ ତାଙ୍କର ୩୪ ବର୍ଷ ବୟସାଧିକ କାରଣରୁ ଅ।ଗାମୀ ଦିନିକିଅ । ବିଶ୍ୱକପ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ସେ ୧୪୨ଟି ଦିନିକିଅ । ମ୍ୟାଚ୍ ଖେଳି ୪୯୩୯ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୧୨ଟି ଶତକ ଏବଂ ୨୯ଟି ଅର୍ଦ୍ଧଶତକ ରହିଛି । ୧୬୪ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ।

ମିଚେଲ୍ ଷ୍ଟାର୍କ : ବିଶ୍ୱର ଶ୍ରେଷ୍ଠ ବୋଲର ମଧ୍ୟରେ ମିଚେଲ୍ ଷ୍ଟାର୍କ ଅନ୍ୟତମ । ଏବେ ତାଙ୍କୁ ୩୩ ବର୍ଷ । ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ୍ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ୧୧୦ଟି ଦିନିକିଅ । ମ୍ୟାଚ୍ ଖେଳି ୨୧୯ ୱିକେଟ୍ ହାସଲ କରିଛନ୍ତି ।

ଟ୍ରେଣ୍ଟ ବୋଲ୍ଟ : ନ୍ୟୁଜିଲାଣ୍ଡରେ ଏହି ଦ୍ରୁତ ବୋଲର ବିଶ୍ୱର ଶ୍ରେଷ୍ଠ ବୋଲର ମଧ୍ୟରେ ଅନ୍ୟତମ । ଏବେ ତାଙ୍କୁ ୩୪ ବର୍ଷ ତେଣୁ ବୟସାଧିକ କାରଣରୁ ଅ ।ଗାମୀ ଦିନିକିଆ ବିଶ୍କପ୍ ଖେଳିନପାରନ୍ତି ବର୍ତ୍ତମାନ ସୁଦ୍ଧା ୯୯ଟି ଦିନିକିଅ । ମ୍ୟାଚ୍ ଖେଳି ୧୮୭ଟି ଓ୍ିକେଟ୍ ହାସଲ କରିଛନ୍ତି ।

ଟିମ୍ ସାଉଦି : ନ୍ୟୁଜିଲାଣ୍ଡର ଟିମ୍ ପୂର୍ବତନ ଅଧିନାୟକ ଟିମ୍ ସାଉଦି । ଏହି ଦ୍ରୁତ ବୋଲର ବିଶ୍ୱ୍ର ଶ୍ରେଷ୍ଠ ବୋଲର ମଧ୍ୟରେ ଅନ୍ୟତମ । ଏବେ ତାଙ୍କୁ ୩୪ ବର୍ଷ ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ୧୫୪ଟି ଦିନିକିଅ । ମ୍ୟାଚ୍ ଖେଳି୨୧୦ଟି  ୱିକେଟ୍ ହାସଲ କରିଛନ୍ତି ।

ଅ।ଞ୍ଜେଲ୍ ମ୍ୟାଥୁସ୍ : ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଆଞ୍ଜେଲ ମ୍ୟାଥୁସ୍ । ଜଣେ ଦକ୍ଷ ଅଲ୍ରାଉଣ୍ଡର ଭାବେ ବେଶ୍ ଜଣାଶୁଣା ମ୍ୟାଥୁସ୍ । ଏବେ ତାଙ୍କୁ ୩୬ ବର୍ଷ ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ୍ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ୨୨୧ଟି ଦିନିକିଆ ମ୍ୟାଚ୍ ଖେଳି ୧୨୦ଟି ୱିକେଟ୍ ନେଇଛନ୍ତି । ଏହାବାଦ୍ ବ୍ୟାଟିଂ କରି ୫୮୬୫ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୩ଟି ଶତକ ଏବଂ ୪୦ଟି ଅର୍ଦ୍ଧଶତକ ରହିଛି । ସାକିବ

ଅଲ୍ ହାସନ: ବାଂଲାଦେଶ ଟିମ୍ର ଅଧିନାୟକ ସାକିବ୍ ଅଲ ହାସନ ଜଣେ ଦକ୍ଷ ଅଲ୍ରାଉଣ୍ଡର । ଭାବେ ବେଶ୍ ଜଣାଶୁଣା ସାକିବ୍ ଅଲ ହାସନ । ଏବେ ତାଙ୍କୁ ୩୬ ବର୍ଷ ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ୍ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ୨୩୫ ଟି ଦିନିକିଆ ମ୍ୟାଚ୍ ଖେଳି ୭୨୧୧ ରନ୍ ସଂଗ୍ରହ କରିଥିବା ବେଳେ ନେଇଛନ୍ତି ୩୦୫ଟି ୱିକେଟ୍ । ନିଜ କ୍ୟାରିୟରରେ ୯ଟି ଶତକ ଏବଂ ୫୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ସକିବ୍ ଅଲ୍ ହାସନ ।

ତାମିମ୍ ଇକ୍ବାଲ୍ : ବାଂଲାଦେଶର ଟିମ୍ ପୂର୍ବତନ ଅଧିନାୟକ ତାମିମ୍ ଇକ୍ବାଲ୍ ଜଣେ ଓପନର ବ୍ୟାଟର ଭାବେ ବେଶ୍ ଜଣାଶୁଣା ତାମିମ୍ ଇକ୍ବାଲ । ଏବେ ତାଙ୍କୁ ୩୪ ବର୍ଷ ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବି୍କପ୍ ଖେଳିନପାରନ୍ତି ବର୍ତ୍ତମାନ ସୁଦ୍ଧା ୨୪୧ ଟି ଦିନିକିଆ ମ୍ୟାଚ୍ ଖେଳି ୮୩୧୩ ରନ୍ ସଂଗ୍ରହ କରିଛନ୍ତି ।ଏଥିରେ ୧୪ଟି ଶତକ ଏବଂ ୫୬ଟି ଅର୍ଦ୍ଧଶତକ ରହିଛି ।

ସରଫରାଜ ଅହମ୍ମଦ : ପାକିସ୍ତାନ ଟିମ୍ର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ । ଏବେ ତାଙ୍କୁ ୩୬ ବର୍ଷ । ତେଣୁ ବୟସାଧିକ କାରଣରୁ ଆଗାମୀ ଦିନିକିଆ ବିଶ୍ୱକପ ଖେଳିନପାରନ୍ତି । ବର୍ତ୍ତମାନ ସୁଦ୍ଧା ୧୧୭ଟି ଦିନିକିଆ ମ୍ୟାଚ୍ ଖେଳି ୨୩୧୫ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୨ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ରହିଛି ।