(ଜଳେଶ୍ୱର /ଅଜିତ କୁମାର ସାହୁ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନୋଡାଲ ହାଇସ୍କୁଲ ପରିସରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀମେଳା ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବିଧାୟକ ଅଶ୍ୱନି କୁମାର ପାତ୍ର ଯୋଗ ଦେଇ ବିଜ୍ଞାନ ପତାକା ଉଡାଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ, ମୁଖ୍ୟବକ୍ତା ଭାବେ ଡ଼ିଆରଡ଼ିଓ ବାଲେଶ୍ୱର ର ଅତିରିକ୍ତ ନିର୍ଦେଶକ ହିମାଂଶୁ ପଣ୍ଡା, ବିଶିଷ୍ଟ ଅତିଥି ଓଡିଶା ମାଧ୍ୟମିକ ଶିକ୍ଷା ଯୁଗ୍ମ ସଚିବ ସପନ କୁମାର ଜେନା, ବରେଣ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଆଧିକାରୀ ପ୍ରାଚୀତନୟା ଗିରି, ଜିଲା ବିଜ୍ଞାନ ପରିଦର୍ଶକ କୃଷ୍ଣ ମୋହନ ସିଂହ, ଜଳେଶ୍ୱର ଗୋଷ୍ଠି ଶିକ୍ଷା ଅଧିକାରୀ ଭାଗିରଥ ଗିରି ପ୍ରମୁଖ ଉପସ୍ଥିତ ରହି କୁନି କୁନି ବୈଜ୍ଞାନିକଙ୍କୁ ଦେଶର ସମ୍ପତି ବୋଲି ସମ୍ବୋଧନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ମାନବ ସଭ୍ୟତାର ବିକାଶ ପାଇଁ ବିଜ୍ଞାନ ଦାନ ଅତୁଳନୀୟ । ସୃଷ୍ଟି ର ଆରମ୍ଭରୁ ବିଜ୍ଞାନ ରିହିଛି। ତେବେ ଆଜି ବିଜ୍ଞାନ ଅଧିକ ବିକାଶ ହୋଇପାରିଛି, ଯାହା ଆଜିର ସଭ୍ୟତାକୁ ଅଧିକ ବିକଶିତ ଓ ସମୃଦ୍ଧ କରିପାରିଛି। ବିଜ୍ଞାନ ମଣିଷ ଭିତରେ ବୈଜ୍ଞାନିକ ଚି , ଚେତନା,ଓ ସାଧନା ପ୍ରସ୍ତୁତ କରୁଛି। ଆଗାମୀ କାଲି ଓ ଭବିଷ୍ୟତ ପାଇଁ ଶିଶୁ ଓ କୁନି କୁନି ବୈଜ୍ଞାନିକଙ୍କ ଭିତରେ ବିଜ୍ଞାନର ଚିନ୍ତା ଓ ଚେତନାର ଝଲକ ଭରିଦେବା ହିଁ ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ।
ତେବେ ବିଜ୍ଞାନକୁ ସୃଷ୍ଟି ଓ ସମାଜର ବିକାଶ ପାଇଁ ବ୍ୟବହାର କରାଯିବ ଉଚିତ ବୋଲି ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଏହି ବିଜ୍ଞାନ ମେଳାରେ ସାରା ଜିଲ୍ଲାରୁ ୯୨ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନୀତ ହୋଇଥିଲା। ଏଥିରୁ ଯେଉଁ ପ୍ରକଳ୍ପ ଗୁଡିକ ଚୟନ ହେବ ସେଗୁଡିକ , ରାଜ୍ୟସ୍ତରରେ ସ୍ଥାନୀତ ପାଇବ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପବିତ୍ର କୁମାର ବାରିକ ସଭାପତିତ୍ୱ କରିଥିବା ବେଳେ, ଶିକ୍ଷକ ଅଜିତ କୁମାର ମହାନ୍ତି,ସୁକୁମାର ମିଶ୍ର, ବଂଶିଧର ବାରିକ ପ୍ରତକ୍ଷ ପରୋକ୍ଷ ତତ୍ୱାବଧାନ କରିଥିଲେ, ଶେଷରେ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୁଞ୍ଜ ବିହାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।