ବିହାର, ଝାଡଖଣ୍ଡ ,ପଶ୍ଚିମ ବଙ୍ଗଳା ଉପରେ ୨୫ଲକ୍ଷ ଟଙ୍କାର ଜୋରିମନା

0

(ଅନୁସ୍ୱୟା)ଭୁବନେଶ୍ୱର: ବିହାର, ଝାଡଖଣ୍ଡ ଏବଂ ପଶ୍ଚିମ ବଙ୍ଗଳା ରାଜ୍ୟ ଉପରେ ୨୫-୨୫ ଲକ୍ଷ ଟଙ୍କାର ଜୋରିମନା । କାରଣ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଲଗାତାର ଭାବେ ଗଙ୍ଗାକୁ କ୍ଷତି ପହଞ୍ଚାଉଥିବାରୁ ଏହି ସମସ୍ତ ରାଜ୍ୟ ଉପରେ ନିର୍ଦ୍ଦେଶନାମା ଜାରି ହୋଇଛି। ବିହାର ଗୋଟିଏ ମଧ୍ୟ ସିୱେଜ ପ୍ରୋଜେକ୍ଟ ପୁରା କରିନଥିବା କଥା ଏନଜିଟି କହିଛି। ଏହିପରି ପଶ୍ଚମ ବଙ୍ଗଳା ୨୨ ଟି ସିୱେଜ ପ୍ରୋଜେକ୍ଟରୁ କେବଳ ୩ଟି ସିୱେଜ ପ୍ରୋଜେକ୍ଟ ପୂରଣ କରିଛି। ଏନଜିଟି କହିବା ଅନୁଯାୟୀ ଝାଡଖଣ୍ଡର ପ୍ରଗତି ମଧ୍ୟ ପର୍ୟ୍ୟାପ୍ତ ହୋଇପାରିନାହିଁ। ଆଦେଶ ଜାରି ହେବା ପରେ ମଧ୍ୟ ଏହି ରାଜ୍ୟ ଗୁଡିକର ପ୍ରତିନିଧି ଉପସ୍ଥିତ ହୋଇନାହାନ୍ତି ଏବଂ ଏହି କାରଣରୁ ରାଜ୍ୟର ଅବସ୍ଥା ମଧ୍ୟ ଠିକ ନାହିଁ ବୋଲି ଜଣାପଡିଛି।
ଟ୍ରିବ୍ୟୁନାଲ ଏକ ବିଶେଷଜ୍ଞ ସମିତିକୁ ପାଣି ବଞ୍ଚାଇବା ଉପାୟ ଉପରେ ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ଏନଜିଟିର ଚେୟାରପର୍ସନ ଜଷ୍ଟିସ୍ ଆଦର୍ଶ କୁମାର ଗୋୟଲ କହିଛନ୍ତି ପାନୀୟ ଜଳ ଅଭାବ ଦେଖିବା ପରେ ଆରୋଓ ଏହାକୁ ଖାରଜ କରିବା ଉଚିତ ବା ସୀୱରର ପାଣିକୁ ସଂଶୋଧନ କରି ତାହାର ବ୍ୟବହାର କରିବା ଉଚିତ।