୨୯ତମ ବାର୍ଷିକୀ ଶ୍ରୀମଦ୍ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ

0

ଅନୁଗୋଳ/ ସୁଧାକର ସାହୁ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଳକ ଅନ୍ତର୍ଗତ କାଣ୍ଡସର ଗ୍ରାମରେ ଆଜିଠାରୁ ୨୯ତମ ବାର୍ଷିକୀ ଶ୍ରୀମଦ୍ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଶ୍ରୀରାମ ମଣ୍ଡପ ଠାରେ ଆରମ୍ଭ ହୋଇ ଯାଇଛି। ଅପରାହ୍ନ ୪ ଘଟିକା ସମୟ ରେ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ତଥା କମିଟି ର ସଭ୍ୟ ମାନଙ୍କ ଦ୍ୱାରା କଟା ବନ୍ଧ ଠାରୁ କଳସ ଶୋଭାଯାତ୍ରା କରା ଯାଇଥିଲା। ଶୋଭାଯାତ୍ରା ରେ ଘଣ୍ଟ ପାର୍ଟି ଠାରୁ ଆରମ୍ଭ କରି ନାମ ସଂକ୍ରିତନ୍ ସାମିଲ ହୋଇ କଳସ କୁ ଅଣାଯାଇ ଶ୍ରୀରାମ ମଣ୍ଡପ ପାଖରେ ସ୍ଥାପନ କରା ଯାଇଥିଲା। ତେବେଏହା ୧୬ ତାରିଖ ଠାରୁ ଆରମ୍ଭ ହୋଇ ୨୪ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ପ୍ରବଚନ ପ୍ରତେହ ସନ୍ଧ୍ୟା ୭ଘଟିକା ରୁ ରାତ୍ର ୧୦ ଘଟିକା ପର୍ୟ୍ୟନ୍ତ ହେବ। ଏଥିରେ ବ୍ୟାସ ଶ୍ରୀ ମୈଥିଳୀ ଦାସ ମହାରାଜ, ପଣ୍ଡିତ ମହେଶ କୁମାର ସାହୁ, ପଣ୍ଡିତ ଗୋପାଳ ରାଜଗୁରୁ, ପଣ୍ଡିତ ବସନ୍ତ ମଙ୍ଗରାଜ ପ୍ରବଚନ ଦେବାର କାର୍ୟ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି। ସବୁଦିନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। କମିଟି ର ସମସ୍ତ ସଭ୍ୟ ମାନଙ୍କ ସହ ଗ୍ରାମର ପୁରୁଷ ମହିଳା ମାନେ ସହଯୋଗ କରୁଛନ୍ତି।