୪୦ କେଜି ଗଞ୍ଜେଇ ଜବତ

0

(ଅନୁସ୍ୱୟା)ଭୁବନେଶ୍ୱର: ରାଜ୍ୟରେ ଗଞ୍ଜେଇ ବେପାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ପୁଣି କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ଏକ ଗଞ୍ଜେଇ ଗାଡ଼ି ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଲମତାପୁଟ ନିକଟରେ ଗଞ୍ଜେଇ ନେଇ ଯାଉଥିବା ସ୍କର୍ପିଓ ଗାଡିକୁ ଅଟକାଇଥିଲେ। କିନ୍ତୁ ଗାଡିଟି ପୋଲିସକୁ ଚକମା ଦେଇ ଦ୍ରୁତ ଗତିରେ ଫେରାର ହୋଇଯାଉଥିବାବେଳେ ପୋଲିସ ପିଛା କରିଥିଲା। ଏହି ସମୟରେ ସଗର ନିକଟରେ ସ୍କର୍ପିଓଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରୁ ବେପାରୀମାନେ ଫେରାର ହୋଇଯାଇଥିବାବେଳେ ଗାଡିଟିକୁ ଜବତ କରିଥିଲା ମାଛକୁଣ୍ଡ ପୋଲିସ। ସେଥିରୁ ଯାଞ୍ଚ ପରେ ୪୦କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା।