ପାକିସ୍ତାନରେ କେବୁଲ କାରରେ ଫସିଥିବା ୮ଜଣଙ୍କୁ ସୁରକ୍ଷିତ ଉଦ୍ଧାର

0

ବ୍ୟୁରୋ: ପାକିସ୍ତାନରେ କେବୁଲ କାରରେ ଫସିଥିବା ୮ଜଣ ଉଦ୍ଧାର । ୯ଶହ ଫୁଟ୍ ଉପରେ ଝୁଲି ରହିଥିଲେ ୬ ଜଣ ସ୍କୁଲ ଛାତ୍ର । କେବଲ୍ କାରରେ ଯାତ୍ରା କରୁଥିବା ବେଳେ ଅଚାନକ୍ ଗୋଟିଏ ତାର ଝୁଲି ପଡ଼ିଥିଲା । ଫଳରେ ୬ ଜଣ ସ୍କୁଲ ଛାତ୍ର ଏବଂ ଦୁଇ ଜଣ ବୟସ୍କ ଏଥିରେ ଫଶି ରହିଥିଲେ । ସେନା ହେଲିକପ୍ଟର ଏବଂ ଜିପଲାଇନ ବିଶେଷଜ୍ଞ ସହାୟତାରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ପାଖାପାଖି ୧୨ ଘଣ୍ଟା ପର୍ଯ୍ୟନ୍ତ ଝୁଲି ରହିବା ପରେ ଏହାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଦୁଇଜଣ ପିଲାଙ୍କୁ ଉଦ୍ଧାର କରାଯିବା ବେଳକୁ ରାତି ହୋଇଯାଇଥିବାରୁ ସେନା ହେଲିକପ୍ଟର୍ ଉଦ୍ଧାର ଅଭିଯାନ ବନ୍ଦ କରିଦିଆଯାଇଥିଲା । ତା’ପରେ ଫ୍ଲଡଲାଇଟ୍ ଲଗାଯାଇ ତଳେ ରହି ଉଦ୍ଧାର କାର୍ୟ୍ୟ ଆରମ୍ଭ କରାଯାଇଥିଲା। ଉଦ୍ଧାରକାରୀ ପିଲାମାନଙ୍କୁ ଘାଟିରୁ ବଞ୍ଚାଇବା ପାଇଁ ଜିପଲାଇନକୁ ବ୍ୟବହାର କରିଥିଲେ । ପିଲାମାନେ ଏତେ ସମୟ ଝୁଲି ରହିଥିବାରୁ ସେମାନଙ୍କ ହେଲିକପ୍ଟର ଜରିଆରେ ଖାଦ୍ୟ ଏବଂ ପାଣି, ଔଷଧ ପଠାଯାଇଥିଲା । ପାକିସ୍ତାନର କାମଚଳ ପ୍ରଧାନମନ୍ତ୍ରୀ ଅନ୍ୱାର୍-ଉଲ୍-ହକ୍ କାକର ‘ଏକ୍ସ୍’ କରି କହିଛନ୍ତି, ସମସ୍ତ ପିଲାଙ୍କୁ ସଫଳତାର ସହିତ ନିରାପଦରେ ଉଦ୍ଧାର କରାଯାଇଛି।