ପୂର୍ବପେକ୍ଷା ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢିଛି…

0

୨୪ ଜିଲ୍ଲାରେ 5T ସ୍କୁଲ ରୂପାନ୍ତରଣ ପାଇଁ ୩୦୮୮ କୋଟି ଟଙ୍କା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୭୮୧, ଦ୍ଵିତୀୟ ପର୍ଯ୍ୟାୟର ୨୨୬୮ ଓ ତୃତୀୟ ପର୍ଯ୍ୟାୟରେ ୨୦୬୫ ସ୍କୁଲ ପାଇଁ ଆର୍ଥକ ବ୍ୟବସ୍ଥା କରାଯାଇଥିଲା। ବର୍ତ୍ତମାନ୍ ୭୩୬ ସ୍କୁଲର କାମ ଚାଲିଛି। ବିଭାଗ ଅନୁଧ୍ୟାନ କରିବ କିପରି ଠିକ୍ ଭାବେ କାମ ହେବ। ୨୦୨୦- ୨୧ରେ  ୨୧ ଲକ୍ଷ ୯ହଜାର ୭୯୬ ଛାତ୍ର ଛାତ୍ରୀ ଥିବା ବେଳେ ୨୦୨୩ -୨୦୨୪ ରେ ୨୧ ଲକ୍ଷ ୧୦ ହଜାର ୪୯୩ ଛାତ୍ର ଛାତ୍ରୀ ରହିଥିଲେ। ପୂର୍ବାପେକ୍ଷା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବଢ଼ିଛି। ଡ୍ରପ ଆଉଟ କମାଇବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ବିଧାନସଭାରେ ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି।