ଭୁବନେଶ୍ୱର : ଓଡିଶାରୁ ବିଦା ହେବେ ବାଂଲାଦେଶୀ | ରଣନୀତି ପ୍ରସ୍ତୁତ କଲେ ରାଜ୍ୟସରକାର | ବାଂଲାଦେଶୀ ଚିନ୍ହଟ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା | ସ୍ୱତନ୍ତ୍ର SOP ପ୍ରସ୍ତୁତ କଲା କ୍ରାଇମବ୍ରାଞ୍ଚ STF | ସବୁ ଜିଲ୍ଲାପାଳଙ୍କୁ SOP ଅନୁଯାଇ ଆକ୍ସନ ପାଇଁ କୁହାଯାଇଛି | ମେରାଇନ ପୋଲିସ, ସ୍ଥାନୀୟ ପୋଲିସ, ତଟରଖି ବାହିନୀ ଏବଂ ଗୁଇନ୍ଦା ସହ ସମନ୍ୱୟ ରକ୍ଷା କରି କାମ କରିବାକୁ କୁହା ଯାଇଛି | ରାଜ୍ୟରେ ହସସ୍ପଟ ଚିନ୍ହଟ କରାଯାଇ ସେହି ଅଞ୍ଚଳରେ କେତେ ଜଣ ବାଂଲାଦେଶୀ ରହୁଛନ୍ତି ତାର ତାଲିକା ପ୍ରସ୍ତୁତ କରାଜୀବ | କେଉଁ ଉପାୟରେ ଆଧାରକାର୍ଡ ଓ ରାସନ କାର୍ଡ ହାତେଇଛନ୍ତି ସେନେଇ ଯାଞ୍ଚ କରିବ ପୋଲିସ | ଵାଂଲାଦେଶୀ ଅନୁପ୍ରବେଶ ସଂଗଠିତ ଉପାୟରେ ହେଉଛନ୍ତି | ଏମାନଙ୍କ ପଛରେ ରାକେଟ କାମ କରୁଛନ୍ତି କି? ମାଷ୍ଟର ମାଇଣ୍ଡ କୀଏ ସେନେଇ ଖୋଳତାଡ଼ କରିବେ ନୋଡାଲ ଏଜେନ୍ସି | ପାରାଦ୍ୱୀପ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ ଏବଂ ଭୁବନେଶ୍ୱର କୁ ପ୍ରମୁଖ ହଟସ୍ପଟ ଭାବରେ ଚିନ୍ହଟ କରାଯାଇଛି | ଏହି ଜିଲ୍ଲା ମାନଙ୍କ ରେ ରହୁଥିବା ବଂଲାଦେଶୀ ଅନୁପ୍ରବେଶ କାରୀଙ୍କ ଲିଷ୍ଟ ପ୍ରସ୍ତୁତ କରି ଆକ୍ସନ ନେବାକୁ କହିଛନ୍ତି କ୍ରାଇମବ୍ରାଞ୍ଚ STF DIG ପିନାକ ମିଶ୍ର |
ନଜର ପକାନ୍ତୁ SOP ରେ କଣ ରହିଛି :-
- ଓଡିଶା ସୀମା ବର୍ତ୍ତୀ ଅଞ୍ଚଳରେ ନାକା କରାଜୀବ
- ଵାଂଲାଦେଶୀ ଗତି ଵିଧି ଉପରେ ନଜର ରଖି ତାଲିକା ପ୍ରସ୍ତୁତ କରିବେ
- ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, କାହା ଦ୍ୱାରା ଆସିଥିଲେ ଓଡିଶା ସେନେଇ ଯାଞ୍ଚ କରାଯିବ
- କେଉଁଠୁ ଆଧାର କାର୍ଡ, ରାସନ କାର୍ଡ ପ୍ରସ୍ତୁତ କରିଥିଲେ ପଚରା ଉଚରା କରିବ ପୋଲିସ
- ପରିଚୟ ପତ୍ର ଗୁଡିକ ସଠିକ କି ନାହିଁ ସେସବୁକୁ ଯାଞ୍ଚ କରାଯିବ
- କେଉଁ ଜନସେବା କେନ୍ଦ୍ର ରୁ ବନେଇଛନ୍ତି ପ୍ରମାଣ ପତ୍ର ତାହା ଯାଞ୍ଚ କରାଯିବା ସହ ଉକ୍ତ ଜନସେବା କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ SOP ରେ କୁହାଯାଇଛି
- ବାଂଲାଦେଶୀମାନଙ୍କର ଅପରାଧିକ ବ୍ୟାଗ ଗ୍ରାଉଣ୍ଡ ଅଛିକି ନାହିଁ ତାକୁ ଯାଞ୍ଚ କରିବା ସହ କେତୋଟି ଅପରାଧିକ କାର୍ଯ୍ୟ କଳାପ ରେ ସମ୍ପୃକ୍ତି ତଦନ୍ତ କରାଯିବ
- କେଉଁ ରାଜନତୀ ଦଳ ପାଇଁ କାମ କରୁଛନ୍ତି ବାଂଲାଦେଶୀ
- କେଉଁ ଉପାୟରେ ରୋଜଗାର କରୁଛନ୍ତି
- କେଉଁଠି ପାଠ ପଢିଛନ୍ତି,କେଉଁ ସ୍କୁଲ କଲେଜ ରୁ ପାସ କରିଛନ୍ତି
- 11. ହଟସ୍ପଟ ଚିନ୍ହଟ କରାଜୀବା ସହ ପେଟ୍ରୋଲ ଙ୍କୁ କଡା କଡା କରିବା ପାଇଁ କୁହାଯାଇଛି
- ବାଂଲାଦେଶୀ ମାନେ ବେଆଇନ ଭାବରେ ମାଡି ବସିଥିବା ଜାଗାକୁ ଉଛେଦ ପାଇଁ ପ୍ରକ୍ରିୟା କରାଯିବ
ମାର୍ଚ୍ଚ 9ତାରିଖରେ 10ଜଣ ବାଂଲାଦେଶୀ ଅନୁପ୍ରବେଶ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା STF | ଦିବ୍ରୁଗଡ଼ ଚେନାଇ ଏକ୍ସପ୍ରେସରେ ବାଙ୍ଗଲୋର ଯାଉଥିବା ବେଳେ ଭୁବନେଶ୍ୱର ରେଳ ଷ୍ଟେସନ ରେ ମାଡ଼ିବସିଥିଲା STF ଟିମ | ସେମାନଙ୍କ ନିକଟରୁ ଫେକ ଆଧାର କାର୍ଡ ମଧ୍ୟ ଜବତ କରାଯାଇ ଥିଲା |